ପୋଷାକ ବଣ୍ଟନ ନିଷ୍ପତିକୁ ମାନୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ

ହାଟଡିହି (ଓ୍ବାଇଏନଏସ) ସରକାର ସ୍କୁଲ ଗୁଡିକୁ ପୋଷାକ ବଣ୍ଟନ କରିବାକୁ ଏକ ସ୍ବତନ୍ତ୍ର ନୀତି ନିୟମ କରିଛନ୍ତି। କିନ୍ତୁ କିଛି ସ୍କୁଲ ଏହି ନିର୍ଦେଶ କୁ ମାନୁ ନଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଇଛି ଯେ ବ୍ଲକ ଲେବୁଲ କମିଟି କିଛି ଏସ.ଏସ.ଜି ଗ୍ରୁପ ଓ ବିତରଣକାରୀ ସଂସ୍ଥାକୁ ପୋଷାକ ବଣ୍ଟନ ପାଇଁ ଚୟନ କରି ଅନୁମୋଦନ ପଇଁ ଜିଲ୍ଲା କମିଟି ନିକଟକୁ ପଠାଇ ଥିଲା। ହାଟଡିହି ବ୍ଲକରେ ଥିବା ସ୍କୁଲ ମାନଙ୍କୁ ପୋଷାକ ଯୋଗାଇଦେବା ପାଇଁ ୬ଟି ସଂସ୍ଥାକୁ ଚୟନ କରିଥଲେ।ଜିଲ୍ଲା କମିଟିର  ସୁପାରିସ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କ ଚିଠି ନମ୍ବର ୩୪୩୯ ତା ୨୦/୯/୨୦୨୫ ରେ ଟ୍ୟାଗ ହୋଇଥିବା ସ୍କୁଲ ତାଲିକା ସହିତ ଯୋଗଣକାରୀ ସଂସ୍ଥା ଓ ଏସଏସଜି ଗ୍ରୁପ ମାନଙ୍କୁ ଅବଗତ କରାଇଥିଲେ। ଓମ୍  ଲକ୍ଷ୍ମୀ ନାରାୟଣ ଏସ.ଏସ.ଜି ଗ୍ରୁପ ଗେଡମା କୁ ୩୨ଟି ସ୍କୁଲକୁ ପୋଷାକ ବଣ୍ଟନ ପାଇଁ ଚିଠି କରାଯାଇଛି। ସେ ଆଜି ସଡଙ୍ଗ ଆର.ବି ହାଇସ୍କୁଲ କୁ ଚୁକ୍ତିନାମା କରିବାକୁ ଯାଇଥିବା ବେଳେ ସ୍କୁଲ ର ପ୍ରଧାନ ଶିକ୍ଷକ ତାଙ୍କୁ ଆମେ ପୋଷାକ କିଣି ଆଣିଛି କହି ଫେରାଇ ଦେଇଥିଲେ। ଏଠି ପ୍ରଶ୍ନ ଉଠେ ଯେ ବିଭାଗୀୟ ଅଧିକାରୀଙ୍କ ବିନା ନିର୍ଦ୍ଦେଶରେ କିପରି ମନେ ମନେ ପୋଷାକ କିଣିଲେ। ଏନେଇ ଏସ ଏସ ଜି କର୍ତୁପକ୍ଷ ବ୍ଲକ ଆଜି ବ୍ଲକ ଶିକ୍ଷା ଅଧିକାରୀ ଓ ବିଡ଼ିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଯଦି ଏପରି ହୁଏ ତେବେ ବ୍ଲକ କମିଟି କର୍ତୁପକ୍ଷଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ କିପରି ବୋଲି ଓମ୍  ଲକ୍ଷ୍ମୀ ନାରାୟଣ ଏସ.ଏସ. ଜି ଗେଡମା ର ସଭାନେତ୍ରୀ ସୁପ୍ରଭା ମଞ୍ଜରୀ ମହାନ୍ତି , ସମ୍ପାଦିକା କବିତା ମହାନ୍ତି ଅଭିଯୋଗ କରିଛନ୍ତି। ବିଇଓ ଏଵଂ ବିଡ଼ିଓ ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ ରାଜୀବ ଦଳେଇ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ପଚାରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ