ଟାଙ୍ଗଣା ପଲ୍ଲୀ ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଓ ପ୍ରଦର୍ଶନୀ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠ ର ବାର୍ଷିକ ବିଜ୍ଞାନ ମେଳା ଓ ପ୍ରଦର୍ଶନୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ଵିଷ୍ଣୁ ପ୍ରସାଦ ତ୍ରିପାଠୀ ମେଳାକୁ ଉଦ୍ଘାଟନ କରିଥିଲେ l ବିଚାରକ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କିରଣ କୁମାର ମିଶ୍ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିକଳ୍ପିତ ପ୍ରକଳ୍ପ ଗୁଡିକ ପରିଦର୍ଶନ କରି ମୂଲ୍ୟାଙ୍କନ କରିଥିଲେ ଏବଂ ଆଗାମୀ 15 ତାରିଖରେ ଛତ୍ରପୁର ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ 5 ଜଣଙ୍କୁ ନିର୍ବାଚିତ କରିଥିଲେ l ଅପରାହ୍ନ ଅଧିବେଶନରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା  ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ ସହ କୁନି କୁନି ବୈଜ୍ଞାନିକ ଭବିଷ୍ୟତରେ ଜାତୀୟ ସ୍ତର ପର୍ଯ୍ୟନ୍ତ ଯାଇ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଜ୍ଞାନ ମେଳାକୁ ଦୁଇ ବିଜ୍ଞାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢ଼ୀ ଓ ବିଜୟଲକ୍ଷ୍ମୀ ପାତ୍ର ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବକୁ ଅଭିରାମ ସାହୁ, ଯୁଧିଷ୍ଠିର ବେହେରା, ଜୟଶ୍ରୀ ଦୋରା, କୈଳାଶ ବେହେରା, ଭାଗିରଥି ମିଶ୍ର, ବିଜୟ କୁମାର ସାହୁ, ପର୍ଶୁରାମ ପାତ୍ର ପରିଚାଳନା କରିଥିଲେ l ଏନ ସି ସି ଫାଷ୍ଟ ଅଫିସର ସୁଧାକର ବଳି ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ