ସ୍କୁଲ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା ଉତ୍ସବ
ନାଉଗାଁ , (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓସ୍ତା) ତରଫରୁ ପୂଜ୍ୟ ପୂଜାର ପରମ୍ପରା ଅନୁଯାୟୀ ଏକ ସମ୍ବର୍ଦ୍ଧନା ଉତ୍ସବ ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁ ହାଟରେ ଓଷ୍ଟା ର ସଭାପତି ସୁକାନ୍ତ କୁମାର ଲେଙ୍କା ଙ୍କ ସଭାପତିତ୍ବ ରେ ଆୟୋଜିତ ହୋଇଥିଲା। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ ଚୌଧୁରୀ ଡଃ ସତ୍ୟ ଦାସ, ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ସୁଜିତ୍ କୁମାର ପୁହାଣ, ଉପାଧ୍ୟକ୍ଷ (ନାଉଗାଁ ପଞ୍ଚୟତ ସମିତି) ଡାକ୍ତର ଅରୁଣ କୁମାର ରାଉତ, ବାବା ଦିବ୍ୟ କୃଷ୍ଣ ଦାସ, ବାବା ନରେନ୍ଦ୍ର ନାଥ ଦାସ, ଓଷ୍ଟା ର ଉପଦେଷ୍ଟା ନିରଞ୍ଜନ ମହାନ୍ତି, ନାଉଗାଁ ସିଆରସି ଅକ୍ଷୟ କୁମାର ରାଉତ, ସମାଜସେବୀ ଧନଞ୍ଜୟ ପରିଜା ଉପସ୍ଥିତ ରହି ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୬ ଏ୧ ପାଇଥିବା ତଥା ନାଉଗାଁ ଅଞ୍ଚଳ ପାଇଁ ଗୌରବ ଆଣିଥିବା କୃତି ଛାତ୍ର ଛାତ୍ରୀ ଗାୟତ୍ରୀ ପୋଲେଇ, ଆଦ୍ୟାଶ ସେଠୀ, ପ୍ରିତିପ୍ରଜ୍ଞା ଦାସ, ତନୁଶ୍ରୀ ଶିଶୁ, ବିଶ୍ୱମ୍ବର ପାଢ଼ୀ, ଆର୍ ସୃଷ୍ଟି ରାଜ ଓ ଅନାମିକା ବରାଳ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷୀ ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଓଷ୍ଟା ର ସମ୍ପାଦକ ହିମାଂଶୁ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।


