ବିନା ସୂଚନା ଫଳକରେ ଚାଲିଛି ସ୍କୁଲ ପାଚେରୀ ନିର୍ମାଣ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଝୁମ୍ପୁରା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ର ମାଟିଆଳ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବିନା ସୂଚନା ଫଳକ ରେ ପାଚେରୀ ନିର୍ମାଣ ଚାଲିଥିବା ଅଭିଯୋଗ ହୋଇଛି। ସରକାର ଙ୍କ ନିୟମ ରହିଛି ସରକାରୀ ଅନୁଦାନ ରେ କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ କାର୍ଯ୍ୟସ୍ଥଳରେ ସୂଚନା ଫଳକ ନିର୍ମାଣ କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଏହି ଉନ୍ନୟନ କାର୍ଯ୍ୟ ରେ ସରକାର ଙ୍କ ନିତି ନିୟମକୁ ଖୋଲା ଖୋଲି ଉଲଘଂନ କରି ଉନ୍ନୟନ କାର୍ଯ୍ୟ ଚାଲୁ ରଖିଥିବା ଦେଖିବାକୁ ମିଳିଛି। ସ୍କୁଲ ପାଚେରୀ ନିର୍ମାଣ କରିବା ପାଇଁ ବିଭାଗ ତରଫରୁ କେତେ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି, କେଉଁ ବିଭାଗରୁ ଅନୁଦାନ ମଞ୍ଜୁର ହୋଇଛି, କାହା ନାମରେ କାର୍ଯ୍ୟାଦେଶ ରହିଛି, କେତେ ମିଟର ପର୍ଯ୍ୟନ୍ତ ପାଚେରୀ ନିର୍ମାଣ ହେବ। କାର୍ଯ୍ୟଟିକୁ କେଉଁ ଅଧିକାରୀ ତଜାରଖ କରୁଛନ୍ତି। ଏସବୁ ସର୍ବସାଧାରଣ ଙ୍କ ନିମନ୍ତେ ସୂଚନା ଫଳକ ରେ ରହିବା କଥା। କିନ୍ତୁ ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟରେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି। ପାଚେରୀ ନିର୍ମାଣ ସମୟରେ ଦାୟିତ୍ଵ ରେ ରହିଥିବା କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବାରୁ କାମ କରୁଥିବା ମିସ୍ତ୍ରୀ ମାନେ ନିଜର ର ବୃଦ୍ଧି ଖଟାଇ ସିମେଣ୍ଟ ବାଲି ଗୋଳାଇ କାର୍ଯ୍ୟ କରୁଥିବାରୁ ସ୍କୁଲ ପାଚେରୀ ର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାର୍ଯ୍ୟସ୍ଥଳରେ ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରିବା ପାଇଁ ଜନସାଧାରଣ ଙ୍କ ତରଫ ରୁ ଦାବି ହେଉଛି l