ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ଚାପୁଣ୍ଡିଆ ବାହାରିପୁର ରାସ୍ତାରେ ବେଆଇନି ବାଲି ପରିବହନ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି। ଟ୍ରାକ୍ଟର ଚାଳକ ମାନେ ନିଶାଶକ୍ତ ହୋଇ ଗାଡି ଚଳାଉ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ଘଟୁଛି। ଆଜି ବାହାରିପୁର ହାଇସ୍କୁଲ ର ଦୀପା ନାୟକ ନାମକ ଜଣେ ଦଶମ ଶ୍ରେଣୀର ଛାତ୍ରୀ ନିଜ ଗାଁ ଗୋବିନ୍ଦପୁର ଗାଁ ରୁ ସାଇକେଲ ଧରି ସ୍କୁଲ ଆସୁଥିବା ବେଳେ ଚାପୁଣ୍ଡିଆ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ର, ଶିକ୍ଷକ ବାଦଲ କୁମାର ଜେନା, ପ୍ରଦୀପ କୁମାର ସାହୁ ପ୍ରମୁଖ ତୁରନ୍ତ ଛାତ୍ରୀ ଜଣକୁ ଶାଳନିଆଁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ଘରକୁ ଆଣିଥିଲେ। ଅପରାହ୍ନରେ ଛାତ୍ରୀ ଜଣକ ପୁନର୍ବାର ଅସୁସ୍ଥ ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ପଠା ଯାଇଛି। ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟରଟି ଫେରାର ହୋଇ ଯାଇଛି।