ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ସୋମବାର  ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ବନାଥ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ  ଦିଗପହଣ୍ଡି ବ୍ଲକ ଗୋଷ୍ଠୀଶିକ୍ଷାଧିକାରୀ ଡ. ଶଙ୍କର ନାରାୟଣ ବେଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ଏବଂ  ସିଆରସିସି ଅନୀଲ କୁମାର ଦାସ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଏହି ମେଳାରେ  ନର୍ସରୀ ଶ୍ରେଣୀ ଠାରୁ ୯ ଶ୍ରେଣୀରେ ଅଧ୍ୟୟନରତ ୨୩୦  ଛାତ୍ରୀଛାତ୍ର ଅଂଶଗ୍ରହଣ କରି ପ୍ରାଣୀ ସମ୍ପଦ ପାଳନ ଓ ସୁରକ୍ଷା , ସୋଲାର ସିଷ୍ଟମ , ଜଳଚକ୍ର , ପାଣିପାଗ ଓ ଜଳବାୟୁ , ପୃଷ୍ଟିକର ଖାଦ୍ୟ ଓ ସ୍ମାର୍ଟ ଡଷ୍ଟବିନ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଚାରକ ଭାବେ ଭୀଷ୍ମଗିରି କଲେଜ ଅଧ୍ୟାପକ ନାରାୟଣ ବିଶ୍ୱାସରାୟ , ଖେମୁଣ୍ଡି କଲେଜ ଅଧ୍ୟାପକ ଅବିନାଶ ଚନ୍ଦ୍ର ପାଢୀ , ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଉମାଶଙ୍କର ସାହୁ , ପଦ୍ମନାଭପୁର ସରସ୍ଵତୀ ଶିଶୁ ମନ୍ଦିର ଆଚାର୍ଯ୍ୟ ଅବିନାଶ ବିଷୋୟୀ , ବ୍ରହ୍ମପୁରର ବିଭିନ୍ନ ସ୍କୁଲ ରୁ ଆସିଥିବା କମଲେଶ ରାଉତ , ଅମିତ କୁମାର ସିଂ , ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗଦେଇ  ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ସ୍କୁଲ ଅଧ୍ୟକ୍ଷ ଏନ୍ . ରାଜକିଶୋର ସଭାକାର୍ଯ୍ୟ  ସଂଯୋଜନା କରିଥିବା ବେଳେ ସ୍କୁଲ ଉପାଧ୍ୟକ୍ଷା ସୁଷମା ଗୈାଡ ମେଳା  ପରିଚାଳନା କରିଥିଲେ । ଉଦଯାପନୀ ସମାରୋହରେ ବିଭିନ୍ନ ବିଭାଗରୁ ପ୍ରଦର୍ଶିତ ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ  କରାଯାଇଥିଲା । ଶେଷରେ ସ୍କୁଲ ଶିକ୍ଷକ ରାକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ