ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସ୍ଥାନୀୟ ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଗୋଷ୍ଠୀ ଶିକ୍ଷା ଉନ୍ନୟନ ଅଧିକାରୀ ଓଁକାର ଅନ୍ୱେଷ ଯୋଗ ଦେଇ ଶିଶୁଙ୍କୁ ବିଜ୍ଞାନୀ ମନୋଭାବ ନେଇ କାର୍ଯ୍ୟ କଲେ ଭବିଷ୍ୟତରେ ଜଣେ ଜଣେ ବୈଜ୍ଞାନିକ ହୋଇପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଓ କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ୍ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ଗଣିତ ପ୍ରକଳ୍ପରେ ୧୦୦ ଜଣ, ବିଜ୍ଞାନ ପ୍ରକଳ୍ପରେ ୧୮୦ ଜଣ,ପ୍ରଶ୍ନମଂଚରେ ୪୦୩ ଜଣ,ପ୍ରୟୋଗରେ ୧୪୩ ଜଣ,ପତ୍ରବାଚନରେ ୯୦ ଜଣ, ମୂର୍ତ୍ତୀ କଳାରେ ୫୨ ଜଣ,କଥାକଥନ ୫୬ ଜଣ ଓ ନିବନ୍ଧ ଲିଖନରେ ୪୭ଜଣ ଏହି ପରି ସର୍ବମୋଟ ୧୦୭୧ ଜଣ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବରେ କେନ୍ଦୁଝରର ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ହରେକୃଷ୍ଣ ପଣ୍ଡା,ଅନିରୁଦ୍ଧ ସାହୁ,କଳ୍ପନା ସାହୁ,ସୁପ୍ରଭା ପ୍ରଧାନ,ପୂଜାରାଣୀ ପଣ୍ଡା,ସୁବାଷ ଚନ୍ଦ୍ର ଭୂୟାଁ,ବୈଲୋଚନ ମହାନ୍ତ,କର୍ଣ୍ଣ କୁମାର ମହାନ୍ତ,ସୀତାରାମ ମହାନ୍ତ,ବୁଲୁରାମ ମହାନ୍ତ,ସସ୍ମିତା ଦୋରା,ସୁବାସ ପ୍ରଧାନ,ସନ୍ତୋଷ କୁମାର କର ଓ ଅମୀୟ କୁମାର ଭୂୟାଁ ଯୋଗ ଦେଇଥିଲେ । ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ଭାଇ ଉଭଣୀମାନେ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ । ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଯୋଗ ଦେଇ କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମିତିର ଉପସଭାପତି ପ୍ରିୟବ୍ରତ ସାମଲ,ସଂପାଦକ ସୁଧାଂଶୁ ଶେଖର ପଣ୍ଡା,ସହସଂପାଦକ ଦୀପକ କୁମାର ମହାକୁଳ ଉପସ୍ଥିତ ଥିଲେ । ବିଜ୍ଞାନ ଆଚାର୍ଯ୍ୟ ମନୋରଂଜନ ପରିଡା ବିବରଣୀ ପାଠ କରିଥିବାବେଳେ ବିଦ୍ୟାମନ୍ଦିର ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ବିଭାଗର ଆଚାର୍ଯ୍ୟ ଅମୂଲ୍ୟ କୁମାର ରାଉତ,ସତ୍ୟପ୍ରିୟ ମହାନ୍ତି,କୁଳମଣି ମହାନ୍ତ,ସନ୍ତୋଷ କୁମାର କର,ଆଚାର୍ଯ୍ୟା ବିଶ୍ୱବନ୍ଦିତା ଦାସ,ହରପ୍ରିୟା ଓଝା ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଜ୍ଞାନବିଜ୍ଞାନ ମେଳାରେ ପରିଚାଳନାରେ ସହଯୋଗ କରିଥିଲେ।