ବିଶ୍ୱତାରିଣୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ପ୍ରତିନିଧି ଚୟନ

ହାଟଡିହି (ଓ୍ବାଇଏନଏସ): ଛେନାପଦି ଛକସ୍ଥିତ ବିଶ୍ୱତାରିଣୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇନଥିବା ବେଳେ କଲେଜ ପକ୍ଷରୁ ପ୍ରଥମଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ପ୍ରତିନିଧି ଚୟନ କରାଯାଇଛି। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ପହି ସୂଚନା ଦେଇଛନ୍ତି। ଚୟନ ପ୍ରକ୍ରିୟାରେ ସଭାପତି ଭାବେ ସନ୍ତୋଷିନୀ ମଲ୍ଲିକ, ଉପସଭାପତି ଭାବେ କ୍ଷିତିଶ୍ରୀ ଜେନା, ସାଧାରଣ ସମ୍ପାଦକ ଭାବେ ବର୍ଷାରାଣୀ ପାତ୍ର ଏବଂ ସହ ସମ୍ପାଦିକା ଭାବେ ଚିନ୍ମୟୀ ନାୟକଙ୍କୁ ଚୟନ କରାଯାଇଛି। ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ପ୍ରତିନିଧି ଚୟନ ହେବା ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଦାୟିତ୍ୱକୁ ନେଇ ଉତ୍ସାହ ସୃଷ୍ଟି ହୋଇଛି। ନବନିଯୁକ୍ତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଦାବିକୁ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ସହ ମହାବିଦ୍ୟାଳୟର ଶୈକ୍ଷିକ ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପରେ ସହଯୋଗ କରିବେ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ