ଅଯୋଧ୍ୟା -ବାରଣାସି ତୀର୍ଥଯାତ୍ରାରୁ ଫେରିଲେ ବରିଷ୍ଠ ନାଗରିକ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ସୋମବାର ସନ୍ଧ୍ୟା ୮ ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଫେରିଲା ପରେ ଜିଲ୍ଲାପାଳ ରଘୁରାମ ଆର. ଆୟର ନିଜେ ଉପସ୍ଥିତ ରହି କଚେରୀ ନିକଟସ୍ଥ ଭାସ୍କର ଟକିଜ ଛକରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତୀର୍ଥ ପରିଭ୍ରମଣର ଅନୁଭୂତି ପଚାରିଥିଲେ। ତୀର୍ଥଯାତ୍ରୀଙ୍କ ମୁହଁରେ ହସ ଫୁଟିବା ସହିତ ଅତ୍ୟନ୍ତ ଆନନ୍ଦିତ ଥିବା ଜଣା ପଡୁଥିଲେ। ପରିଭ୍ରମଣ କରି ଅତ୍ୟନ୍ତ ଖୁସି ଥିବା ବରିଷ୍ଠ ନାଗରିକ ମାନେ ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ଫେରିଥିବା ସମସ୍ତ ଯାତ୍ରୀ କିଭଳି ନିଜ ନିଜ ଘରକୁ ସୁରକ୍ଷିତ ଭାବେ ପହଞ୍ଚିବେ ସେଥିପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ ତୀର୍ଥ ଯାତ୍ରାରେ ଆଳି ବ୍ଲକରୁ ଜଣେ, ଗରଦପୁର ଏବଂ ପଟ୍ଟାମୁଣ୍ଡାଇ ବ୍ଲକରୁ ୩ ଜଣ ଲେଖାଏଁ, ରାଜନଗରରୁ ୪ ଜଣ, ରାଜକନିକାରୁ ୫ ଜଣ, ଡେରାବିଶରୁ ୧୭ ଜଣ, ମାର୍ଶାଘାଇରୁ ୧୮ ଜଣ, ମହାକାଳପଡ଼ାରୁ ୨୦ ଜଣ ଏବଂ କେନ୍ଦ୍ରାପଡ଼ାରୁ ୩୭ ଜଣ ଯାତ୍ରା ଆରମ୍ଭ କରିଥିଲେ। ସେଥିମଧ୍ୟରୁ ୬୬ ଜଣ ପୁରୁଷ ଏବଂ ୪୨ ଜଣ ମହିଳା ଥିଲେ। କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ଢେଙ୍କାନାଳ ଜିଲ୍ଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍କର୍ଟ ଅଫିସର ଯାତ୍ରା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ସେପ୍େଟମ୍ବରରେ ଭୁବନେଶ୍ୱର ରେଳ ଷ୍ଟେସନରୁ ତୀର୍ଥ ଯାତ୍ରା ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ