ଯବାନ ଭାଇମାନଙ୍କ ପାଇଁ ପଠାଇଲେ ରାକ୍ଷୀ
ବୁଗୁଡା, (ଅନୀଲ କୁମାର ମହାରଣା) : ରାକ୍ଷୀ ହେଉଛି ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ମୁକସାକ୍ଷୀ । ପରସ୍ପର ମଧ୍ୟରେ ସମ୍ପର୍କ ଅତୁଟ ରଖିବାର ପବିତ୍ର ବନ୍ଧନ । ତେବେ ଏହି ପବିତ୍ର ବନ୍ଧନକୁ ମନେ ପକାଇ ଓଡ଼ିଶା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ଶ୍ରୀକର ଭଞ୍ଜ ଓପନ ୟୁନିଟର ଭଉଣୀମାନେ ସୀମାନ୍ତରେ ସୁରକ୍ଷା ଦେଉଥିବା ସୈନିକ ଭାଇମାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ଜୁଲାଇ ୨୫ ତାରିଖ ପୂର୍ବାହ୍ନରେ ବୁଗୁଡ଼ାର ପ୍ରସିଦ୍ଧ ବଳଦେବ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାକ୍ଷୀ ଗୁଡ଼ିକୁ ଡାକ ଯୋଗେ ଯବାନ ଭାଇମାନଙ୍କ ନିକଟକୁ ପଠାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ପାଳନ ହୋଇ ଆସୁଅଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ରଚନା ମୂଳି, ରଶ୍ମିତା ଗୌଡ, ଲିଜାରାଣୀ ଗୌଡ, ଝରଣା ବେହେରା, ସ୍ମୃତିମୟୀ ସାହୁ, ପୁଷ୍ପା ପାତ୍ର, ବର୍ଷାରାଣୀ ମହାରଣା, ଲୀନା ଗୌଡ ପ୍ରମୁଖ ରାକ୍ଷୀ ପ୍ରସ୍ତୁତ କରି ପଠାଇ ଥିବା ବେଳେ ସତ୍ୟପ୍ରକାଶ ନାୟକ, ଆଶୁତୋଷ ମହାପାତ୍ର , ଚନ୍ଦନ ସ୍ୱାଇଁ ସହଯୋଗ କରିଥିଲେ ।