ସେବା ସମବାୟ ସମିତି ବନ୍ଦ ହେବା ଆଶଙ୍କା: ୩ ମାସ ହେବ ଅଫିସରେ ଝୁଲୁଛି ତାଲା

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଜିଲା ପ୍ରଶାସନର ଅଣଦେଖା ତଥା ସମବାୟ କର୍ମଚାରୀଙ୍କ ଅବହେଳା ଯୋଗୁ ସମବାୟ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଫଳରେ ଚାଷୀ ମାନେ ସରକାରୀ ସୁବିଧା ପାଇବାରୁ ବଞ୍ôଚତ ହେଉଛନ୍ତି । ଏପରି ସମସ୍ୟା ଦେଖିବାକୁ ମିିଳିଛି ଭଦ୍ରକ ଜିଲା ବନ୍ତ ସଦର ମହକୁମାସ୍ଥିତ ଚାଇଁପୁର ସେବା ସମବାୟ ସମିତିରେ । ଗତ ୩ ମାସ ଧରି ସମିତି କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ କୌଣସି କାର୍ଯ୍ୟ ହୋଇପାରୁନାହିଁ । ଫଳରେ ଚାଷୀ ମାନେ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ତା-୨୯-୩-୨୫ ରିଖରେ ଉକ୍ତ ସମିତିର ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କ ମନମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ସମିତି ପରିଚାଳନା ପରିଷଦ ପକ୍ଷରୁ ଜରୁରୀ ବୈଠକ ଡକା ଯାଇଥିଲା । ଏଥିରେ ସମ୍ପାଦକଙ୍କ କାର୍ଯ୍ୟରେ ଅବହେଳା, ଋଣ ଆଦାନ ପ୍ରଦାନରେ ଅନିୟମିତତା, କମିଟିର ସଭ୍ୟଙ୍କୁ ଖରାପ ବ୍ୟବହାର ଆଦି ଅଭିଯୋଗ ଆଧାରରରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏଥିସହ ଦୈନନ୍ଦିନ କାର୍ଯ୍ୟ ଦିବସରେ ଉପସ୍ଥିତ ହେବା ସହ ସମିତିର ସମସ୍ତ କାଗଜପତ୍ର ସମିତିର ଲେଜର କ୍ଲର୍କକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ସମ୍ପାଦକ ଅବମାନନା କରିବା ସହ ଦୀର୍ଘ ୩ ମାସ ଧରି ଅଫିସରେ ତାଲା ପକାଇ ସମିତିକୁ ଆସୁନାହାନ୍ତି । ଫଳରେ ସମିତିର ବ୍ୟାପକ କ୍ଷତି ହେବା ସହ ଶହ ଶହ ଚାଷୀ ଚାଷ ଋଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟବସାୟ ଋଣ ଆଦି ପାଇବାରୁ ବଞ୍ôଚତ ହୋଇଛନ୍ତି । କେତେକ ଚାଷୀ ମାସିକ ଋଣ ସୁଝି ନପାରି ଖିଲାପୀ ତାଲିକାଭୁକ୍ତ ହେବାର ଆଶଙ୍କା ଦେଖାଦେଇଛି । ଏଥିନେଇ ସମିତିର ସଭାପତି ଅଜୟ କୁମାର ନାୟକ ବାଲେଶ୍ୱରସ୍ଥିତ ବିବିସିସି ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ପରେ ସମବାୟ ସମିତିର ପରିଚାଳନା ପରିଷଦ ପକ୍ଷରୁ ଜିଲାପାଳ, ଉପଜିଲାପାଳ, ଅତିରିକ୍ତ ଜିଲାପାଳ ଓ ଏ.ଆର.ସି.ଏସ, ଡି.ଆର.ସି.ଏସ, ରାଜ୍ୟ ସମବାୟ ସଚିବ, ସମବାୟ ମନ୍ତ୍ରୀଙ୍କୁ ଡାକ ଯୋଗେ ଅବଗତ କରାଯାଇଛି । ଅପରପକ୍ଷେ ଉକ୍ତ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲାପାଳଙ୍କ ଚିଠି ନଂ-୧୦୫୩/ତା-୨୩-୫-୨୫ ମୂଳେ ବିବିସିସି ବ୍ୟାଙ୍କ ବନ୍ତ ଶାଖାର ସହକାରୀ କର୍ମଚାରୀ ରଞ୍ଜନ କୁମାର ରାଉତଙ୍କୁ ଚାଇଁପୁର ସମିତିର ଅତିରିକ୍ତ ଦାୟୀତ୍ୱ ପ୍ରଦାନ ନେଇ ନିର୍ଦ୍ଦେଶ ହୋଇଥିଲା । ମାତ୍ର କୌଣସି କାରଣରୁ ଶ୍ରୀ ରାଉତ ଦାୟୀତ୍ୱ ନେଇପାରିନଥିଲେ । ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ-୧୧୫୩/ତା-୯-୬-୨୫ ମୂଳେ ପଧାନପଡା ସମିତିର ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁଙ୍କୁ ଚାଇଁପୁର ସମବାୟ ସମିତିର ଅତିରିକ୍ତ ଦାୟୀତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ଉକ୍ତ ସମିତିରେ କୌଣସି ସମ୍ପାଦକ କାର୍ଯ୍ୟଭାର ଗ୍ରହଣ କରିନଥିବା ଜଣାଯାଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି । ନହେଲେ ଆଗାମୀ ଦିନରେ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ