ସେବା ପକ୍ଷ କର୍ମଶାଳା ଆୟୋଜିତ

ବାଲେଶ୍ବର(ସରୋଜ ପଣ୍ଡା): ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ୧୭ ସେପ୍ଟେମ୍ବର ରୁ ଗାନ୍ଧୀଜୀ-ଶାସ୍ତ୍ରୀଜୀଙ୍କ ଜୟନ୍ତୀ ୨ ଅକ୍ଟୋବର ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ସେବାପକ୍ଷ ପାଇଁ ବାଲେଶ୍ଵର ନଗରର ଉଭୟ ଝାଡେଶ୍ବର ଓ ବାଣେଶ୍ୱର ମଣ୍ଡଳ ପକ୍ଷରୁ ଯୁଗ୍ମ ମଣ୍ଡଳ କର୍ମଶାଳା ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି। ବାଣେଶ୍ୱର ମଣ୍ଡଳ ସଭାପତି ଧୀରଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାକୁ ଝାଡେଶ୍ବର ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପଣ୍ଡା ପରିଚାଳନା କରିଥିଲେ। ଭାରତମାତାଙ୍କ ପୂଜନ ଓ ସାମୁହିକ ବନ୍ଦେ ମାତରମ୍ ଉପରାନ୍ତେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ‎ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରା ସେବା ପକ୍ଷରେ କରଣୀୟ କାର୍ଯ୍ୟ ଯଥା ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ସ୍ବଚ୍ଛ ଭାରତ, ପ୍ରବୁଦ୍ଧ ବର୍ଗ ସମ୍ମୀଳନୀ, ମାରାଥନ, ବୃକ୍ଷ ରୋପଣ, ଚିତ୍ରାଙ୍କନ ପ୍ରତିଯୋଗିତା, ପ୍ରଦର୍ଶନୀ, ସ୍ଥାନୀୟ ଉତ୍ପାଦ ମେଳା, ପୁସ୍ତକ ବିତରଣ ଇତ୍ୟାଦି ବିଷୟରେ ସୂଚନା ଦେଇଥିଲେ। ସଦର ବିଧାୟକ ମାନସ କୁମାର ଦତ୍ତ ତାଙ୍କ ବ୍ୟକ୍ତବ୍ଯରେ ସେବା ପକ୍ଷରେ ବିଭାଗ ବଣ୍ଟନ ଓ କାର୍ଯ୍ୟ ପଦ୍ଧତି ବିଷୟରେ ସୂଚନା ଦେଇଥିଲେ, ୨୫ ସେପ୍ଟେମ୍ବର ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଓ ୨୮ ସେପ୍ଟେମ୍ବର ପ୍ରଧାନମନ୍ତ୍ରୀଙ୍କ ୧୨୬ ତମ ମନ କି ବାତ କାର୍ଯ୍ୟକ୍ରମକୁ ସମସ୍ତ ବୁଥରେ ପାଳନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିଲେ। ସଦର ବିଧାନସଭା ପ୍ରଭାରୀ ସୁଷମା ରାଣୀ ବିଶ୍ବାଳ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଚନ୍ଦ୍ରଶେଖର ନନ୍ଦ, ପୁର୍ବତନ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା ଓ ସୀତାକାନ୍ତ ସ୍ବାଇଁ ଓ ଉପେନ୍ଦ୍ର ନାଥ ଶତପଥୀ ମଞ୍ଚାସିନ ଥିଲେ, ଗଙ୍ଗାଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସାମୁହିକ ଜାତୀୟ ସଂଗୀତ ଗାନ ପରେ ସଭାପତି କର୍ମଶାଳାର ସମାପ୍ତି ଘୋଷଣା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ