ଅଭିନଵ ଉପାୟରେ ବିଦ୍ୟାଳୟରେ ଛାୟା ବିଧାନସଭା

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):ପୁରୀ ଜିଲ୍ଲା କାକଟପୁର ମଣ୍ଡଳଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ପିଏମ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଧାନସଭା କେଉଁଭଳି ଭାବରେ ପରିଚାଳନା କରାଯାଏ ତାହାକୁ ପିଲା ମାନଙ୍କ ମଧ୍ୟରେ ଶିକ୍ଷା ଦେବା ପାଇଁ ଅଭିନଵ ଉପାୟରେ ଶନିବାର ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ଛାତ୍ର ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ବିଧାନସଭା ସଦସ୍ୟ ଗଠନ କରାଯାଇଥିଲା। ଛାତ୍ର ବିଧାନସଭା ଶୀତକାଳୀନ ଅଧିବେଶନ ଶନିବାର ଦିନ ୧୧ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ପ୍ରଥମେ ଗୃହରେ ଦିବଙ୍ଗତ ଙ୍କ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା।ପରେ ବାଚସ୍ପତି ଙ୍କ ନିର୍ଦେଶକ୍ରମେ ବିଦ୍ୟାଳୟ ପରିସରରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ଶ୍ରମ ରାଜ୍ୟ ବୀମା ବିଭାଗର ପ୍ରଶ୍ନକାଳ ରହିଥିଲା। କିଛି ସମୟ ଅଭିନୟ କରୁଥିବା ଛାତ୍ର, ଛାତ୍ରୀ ଗୃହକୁ ମୁଲତବି ରଖିଥିଲେ। ଅର୍ଥମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଥିଲେ। ଅନ୍ୟ ପଟେ ଶୀତକାଳୀନ ଅଧିବେଶନ ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ବିଦ୍ୟାଳୟ ସମସ୍ୟା ସମ୍ପର୍କ ରେ ପ୍ରଶ୍ନ କରିଥିଲେ। ଶାସକ ଦଳ ବିରୋଧୀ ଙ୍କୁ ମୁକାବିଲା କରି କାଉଣ୍ଟର ରଣନୀତି କରିଥିଲେ। ଅଭିନୟ ମାଧ୍ୟ୍ୟମରେ ବିଧାନସଭା କୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ଶେଷରେ ସବୁ ଦଳର ସହଯୋଗ ଲୋଡ଼ିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟାପକ ଶ୍ରୀଯୁକ୍ତ ଅମୀୟ ରଂଜନ ପରିଡା,ମୁଖ୍ୟବକ୍ତା ଶିକ୍ଷାବିତି ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ପ୍ରତାପ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କୁ ବିଧାନସଭା ସମ୍ପର୍କିତ ଜ୍ଞାନ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ସଭା ପରିଶେଷରେ ଅଭିନୟ କରୁଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ସହ ୪ଜଣ କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରକୁ ମନୋନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷକ ସତ୍ୟ ନାରାୟଣ ସେଠୀ, ଶିକ୍ଷୟତ୍ରୀ ସରୋଜିନୀ ହାସଦା, କାବେରୀ ସେଠୀ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ