ଅଣାରେ ୮୦ ବର୍ଷରେ ପଦାର୍ପଣ କଲା ଶାରଦୀୟ ଦୁର୍ଗାପୂଜା
ହାଟଡ଼ିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ୍ ଅଣା ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଆଜି ଠାରୁ ଆରମ୍ଭ ହୋଇଛି। ସ୍ବର୍ଗତ ଦାମୋଦର ମଲ୍ଲିକଙ୍କ ଉଦ୍ୟମରେ ୮୦ବର୍ଷ ପୂର୍ବେ ଏହି ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ମା’ଙ୍କ ପୂଜା ମହାଆଡ଼ମ୍ବର ସହକାରେ ଆରମ୍ଭ କରାଯାଇ ଗତକାଲି ବିଲ୍ବାଧିବାସ କରାଯାଇ ଥିବାବେଳେ ଆଜି ସକାଳେ ନିକଟସ୍ଥ ପୋଖରୀରୁ ଘଟ୍ଟୋତ୍ତଳନ କରାଯିବା ପରେ ମହାସପ୍ତମୀ ପୂଜା କରାଯାଉଛି। ପଣ୍ଡିତ ଉମାକାନ୍ତ ପଣ୍ଡା, ମଙ୍ଗୁଳି ଚରଣ ପଣ୍ଡାଙ୍କ ଦ୍ଵାରା ବେଦମନ୍ତ୍ରରେ ମା’ଙ୍କ ପୂଜା କରାଯାଉଛି। ଆସନ୍ତାକାଲି ମହାଷ୍ଟମୀ ପୂଜା, ସନ୍ଧିପୂଜା କରାଯିବା ସହିତ ମଙ୍ଗଳବାର ନବମୀପୂଜା, ବଳିଦାନ କରାଯିବ। ଏଥିପାଇଁ ଶହଶହ ଶ୍ରଦ୍ଧାଳୁ ଓ ବ୍ରତଧାରୀ ସାମିଲହୋଇ ମାନସିକ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ପୀତାମ୍ବର ମଲ୍ଲିକ ଓ ପରମେଶ୍ଵର ମଲ୍ଲିକ, ପ୍ରଭାକର ମଲ୍ଲିକ, କନକ ମଲ୍ଲିକ, ସବିତା ମଲ୍ଲିକ, ସ୍ବାଗତିକା ମଲ୍ଲିକ ପ୍ରମୁଖ କର୍ଷା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଛନ୍ତି। ମନୋଜ ମଞ୍ଜରୀ ମଲ୍ଲିକ, ହରେକୃଷ୍ଣ ବେହେରା, ବୈଷ୍ଣବ ମଲ୍ଲିକ, ମହେଶ୍ବର ମଲ୍ଲିକ, ଶୁଭଲକ୍ଷ୍ମୀ ମଲ୍ଲିକ, ମାତୃପ୍ରସାଦ ମଲ୍ଲିକ, ସ୍ବାଗତ ମଲ୍ଲିକ, କ, ସାଇପ୍ରସାଦ ମଲ୍ଲିକ, ଆଦିତ୍ୟ ମଲ୍ଲିକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ପ୍ରତିଦିନ ସଂଧ୍ୟାରେ ଭଜନ କୀର୍ତ୍ତନ ଆଦି କରାଯାଉଛି।


