ଶିଖର ଧାନମଣ୍ଡି ଉଦ୍ଘାଟିତ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପ୍ରାଥମିକ କୃଷି ସେବା ସମବାୟ ସମିତିର ଧାନମଣ୍ଡି ଶନିବାର ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତିର ସଭାପତି ନିଳମଣୀ ମହାପାତ୍ର ଯୋଗ ଦେଇ ଫିତା କାଟି ମଣ୍ଡିକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତିର ପୂର୍ବତନ ସଭାପତି ତଥା ବୋର୍ଡ ସଦସ୍ୟ ସୁରେନ୍ଦ୍ରନାଥ ସ୍ୱାଇଁ, ଚାଷୀ ଦିଲ୍ଲିପ ଲେଙ୍କା, ବୈକୁଣ୍ଠ ନାୟକ, ସମିତିର ପୂର୍ବତନ ସଭାପତି ଗିରିଧାରୀ ସ୍ୱାଇଁ, ପ୍ରସନ୍ନ କୁମାର ବେହୁରା, ଅକ୍ଷୟ କୁମାର ବେହୁରା, ପ୍ରହଲ୍ଲାଦ ପୁହାଣ, ବିଜୟ ବାରିକ, ଡିଇଓ ଆଲୋକ କୁମାର ସ୍ୱାଇଁ, ଶୁଭେନ୍ଦୁ ମହାପାତ୍ର, ରଶ୍ମିକାନ୍ତ ରାଉତ ଆଦି ଯୋଗ ଦେଇଥିଲେ। ଏହି ସମବାୟ ସମିତିରେ ୪୩୧ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଂଜୀକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ହଜାର କୁଇଂଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆସନ୍ତା ମଙ୍ଗଳବାର ଠାରୁ ଧାନ ସଂଗ୍ରହ କରାଯିବ ବୋଲି ସମିତି ସଂପାଦକ ପ୍ରସନ୍ନ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।


