ଶିବ ମଲ୍ଲିକଙ୍କ ସମ୍ପତ୍ତି ଆୟଠାରୁ ୧୯୦ ଗୁଣ ଅଧିକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ଅଧିନ ମହାକାଳପଡ଼ା ବ୍ଲକର ପୂର୍ବତନ ତହସିଲଦାର ଶିବ ମଲ୍ଲିକଙ୍କ ସମ୍ପତ୍ତିର ମୂଲ୍ୟ ତାଙ୍କ ଆୟ ଠାରୁ ୧୯୦ ଗୁଣ ଅଧିକ ବୋଲି ଭିଜିଲାନ୍ସ ତଦନ୍ତ ରିପୋର୍ଟରୁ ସୂଚନା ମିଳିଛି। ବେଆଇନ୍ ଉତ୍ସରୁ ସେ ଏହି ଟଙ୍କା ଅର୍ଜନ କରିଥିଲେ। ଏହି ଆୟ ବହିର୍ଭୁତ ଟଙ୍କାରେ ସେ କୋଠାବାଡି କରିଥିଲେ। ତାଙ୍କର ୪ଟି କୋଠା ଓ ୭ଟି ମୂଲ୍ୟବାନ ଜମି ରହିଛି। ଏଥିସହ ଏକ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଓ ନଗଦ ଏକ ଲକ୍ଷ ୫୫ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା। ତାଙ୍କର ବିଭିନ୍ନ ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଆକଳନ କରିବା ପରେ ଭିଜିଲାନ୍ସ ଏହି ସୂଚନା ଦେଇଛି। ଗିରଫ ହୋଇଥିବା ଶ୍ରୀ ମଲ୍ଲିକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ସେପ୍ଟେମ୍ବର ୨୩ରେ ଗିରଫ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ