ଶିବ ପ୍ରସାଦ ଭଳ ବିଜେଡି ଜିଲ୍ଲା ସଭାପତି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଶିବ ପ୍ରସାଦ ଭଳଙ୍କ ନାମ କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି । ଶ୍ରୀ ଭଳ ଜଣେ ଦକ୍ଷ ସଂଗଠକ ଭାବେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି। ୨୦୨୦ମସିହାରେ ବିଜୁ ଜନତା ଦଳ ସମର୍ଥନରେ ଉପନିର୍ବାଚନରେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମିତିର ବହୁବିଧ ବିକାଶ କରିଥିଲେ। ୨୦୧୨ମସିହାରେ ଶ୍ରୀ ଭଳଙ୍କ ପତ୍ନୀ ନିବେଦିତା ସାମଲ କେନ୍ଦ୍ରାପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ । ଏକ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଭଳଙ୍କୁ ଏହି ପଦରେ ନିଯୁକ୍ତି ମିଳିଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ଭଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେଡି ସୁପ୍ରିମୋ ମୋ ଉପରେ ଭରସା କରି ଯେଉଁ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି ତାହାକୁ ସୂଚାରୁ ରୁପେ ସମ୍ପାଦନ କରି ଦଳକୁ ଅଧିକ ସୁଦୃଢ କରିବାକୁ ଉଦ୍ୟମ କରିବି। ସମସ୍ତ ଦଳୀୟ କର୍ମୀଙ୍କୁ ସାଥିରେ ନେଇ ଜିଲ୍ଲାର ବିକାଶ ପାଇଁ ସଂଗ୍ରାମ ଜାରି ରଖିବି ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ