ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ: ଅପରାଧିକ ମାମଲା ଲୁଚାଇ ଆବେଦନ କରିଥିଲେ ଆଡଭୋକେଟ ଲାଇସେନ୍ସ
କଟକ(ଓ୍ବାଇଏନଏସ): ଅର୍ଚ୍ଚନା ନାଗଙ୍କୁ ରାଜ୍ୟ ବାର୍ କାଉନସିଲ ପକ୍ଷରୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍। ଅର୍ଚ୍ଚନା ଆଡଭୋକେଟ ଲାଇସେନ୍ସ ପାଇଁ ଆବେଦନ କରିଥିବାବେଳେ, ଫର୍ମରେ ନିଜ ବିରୋଧରେ କୌଣସି କ୍ରିମିନାଲ କେସ୍ ନଥିବା ଦର୍ଶାଇବା ଅଭିଯୋଗରେ ଏହି ନୋଟିସ୍ ଜାରି କରାଯାଇଛି। ସୂଚନାଥାଉକି, ଗତ ୧୦ ତାରିଖରେ ଅର୍ଚ୍ଚନା ନାଗ୍ ରାଜ୍ୟ ବାର୍ କାଉନସିଲରେ ଆଡଭୋକେଟ୍ ଭାବେ ନିଜ ନାମ ପଞ୍ଜିକୃତ କରିଥିଲେ।ହେଲେ ଏହି ଲାଇସେନ୍ସ ଦେବା ପରେ ରାଜ୍ୟ ବାର୍ କାଉନସିଲ ଅର୍ଚ୍ଚନାଙ୍କ ବିରୋଧରେ କ୍ରିମିନାଲ କେସ୍ ପଡ଼ିରହିଥିବା ଜାଣିବାକୁ ପାଇଥିଲା।ବାର୍ କାଉନସିଲ୍ ଆହୁରି ମଧ୍ୟ ଜାଣିବାକୁ ପାଇଥିଲା ଯେ, ୨୦୨୪ ସେପ୍ଟେମ୍ବର ୨ ତାରିଖରେ ଅର୍ଚ୍ଚନା ନାଗ ଆଡଭୋକେଟ୍ ଲାଇସେନ୍ସ ପାଇଁ ଯେଉଁ ଆବେଦନ କରିଥିଲେ ସେଥିରେ ସେ ନିଜ ଉପରେ ଚାଲିଥିବା କେସ୍କୁ ଲୁଚାଇଥିଲେ। ଉକ୍ତ ଫର୍ମର କଲମ୍-୨୦ରେ ତାଙ୍କ ବିରୋଧରେ କୌଣସି ପ୍ରକାର ଫୌଜଦାରୀ କେସ୍ ‘ନାହିଁ’ ବୋଲି ଉଲ୍ଲେଖ କରାଯାଇଛି। ଏମିତିରେ କାଉନସିଲ ଏହା ଉପରେ ସାତ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ୍ କରିଛନ୍ତି। ଆଉ ଯଦି ସେ ଉତ୍ତର ନ ରଖନ୍ତି ତାହେଲେ ରାଜ୍ୟ ଆଇନଜୀବୀ ପରିଷଦ ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି।