ଶ୍ରୀରାମ ନବମୀ ମହୋତ୍ସବ ପାଳିତ
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ଠାରେ ୪୯ତମ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି । ଚୌଧୁରୀ ପୁଷ୍କରିଣୀରୁ ବିଦ୍ୟାଧର ଲେଙ୍କା, ଗୌରାଙ୍ଗ ପାତ୍ର, ସିପୁନ ଖିଲାର କଳସ ଆଣିଥିଲେ । ପରେ ଘଟ ସ୍ଥାପନା କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜାରେ ଶ୍ରୋତା ଭାବେ ଚିତ୍ତ ରଞ୍ଜନ ସାହୁ, କୃଷ୍ଣ ଚନ୍ଦ୍ର ସାହୁ ଥିଲେ । ପୂଜକ ଭାସ୍କର ଚନ୍ଦ୍ର ଶତପଥି, ଶଶୀକାନ୍ତ ମହାପାତ୍ର ପୂଜା କାର୍ଯ୍ୟ ତୁଲାଇଥିଲେ । ଏହି ଉତ୍ସବ ୪ ଦିନ ଧରି ଚାଲିବାକୁ ଥିବା ବେଳେ ସୋମବାର ଠାରୁ ୩ ଦିନ ଧରି ପାଲା ପରିବେଷଣ ହେବ ବୋଲି କମିଟିର ସଭାପତି ମାଧବାନନ୍ଦ ବିଶ୍ୱାଳ, ସମ୍ପାଦକ ମଧୁ ସୂଦନ ସାମଲଙ୍କ ଠାରୁ ସୂଚନା ମିଳିଛି । ପୂଜା କାର୍ଯ୍ୟ ପରିଚାଳନାରେ ପୂର୍ବତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, କାଳନ୍ଦି ଚରଣ ବେହେରା, ଗଦାଧର ଲେଙ୍କା, ଜଗବନ୍ଧୁ ଖୁଣ୍ଟିଆ, ଦେବେନ୍ଦ୍ର ସାହୁ, ପଦ୍ମନାଭ ରାଉତ, ଧନେଶ୍ୱର ଜେନା, ହରିହର ଜେନା, ସରପଞ୍ଚ ସଂଗ୍ରାମ କେଶରୀ ଜେନା, କ୍ଷୀରୋଦ ରାଉତ, ଦୋଳଗୋବିନ୍ଦ ସାହୁ, ମନୋରଞ୍ଜନ ସାହୁ, ଶଶୀ ଭୂଷଣ ଖିଲାର, ଅର୍ଜ୍ଜୁନ ପଢିଆରୀ, ସଞ୍ଜୟ ସାମଲ, ପ୍ରେମାନନ୍ଦ ଜେନା, ସୁଶାନ୍ତ ସାହୁ, ଆନନ୍ଦ ସାମଲ, ରବିନ୍ଦ୍ର ପାତ୍ର, ପ୍ରହଲ୍ଲାଦ ଖୁଣ୍ଟିଆଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ମାଳିସାହି, ବଡସାହି, କୁଶବେଣ୍ଟି ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।