ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ରାଇକିଆ (ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମପଞ୍ଚାୟତ ତରଫରୁ ରବିବାର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଐତିହ୍ୟ ଓ ଦେବାଳୟ ମାନଙ୍କରେ ସଫେଇ କରାଯିବା ସହ ପରିମଳ ସ୍ବଚ୍ଛତା କିପରି ସୁସ୍ଥ ପରିବେଶ ଓ ବାତାବରଣ ସୃଷ୍ଟି କରିଥାଏ ସେ ନେଇ ସଚେତନତା କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଏବିଡ଼ିଓ ଦିବ୍ୟସିଂହ କହଁର, ନାଏବ ସରପଞ୍ଚ ନିଥଲିଅ ନାୟକ, ଜିପିଓ ସଂଗୀତା ନାୟକ , ବ୍ଲକ୍ ପ୍ରୋଗ୍ରାମ କର୍ଡିନେଟର କମଲ ନାୟକ, ଜୟଦେବ ପ୍ରଧାନ, ରାଜ କିଶୋର ପରିଚ୍ଛା ଏବଂ ଓଏଲ୍ଏମ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ