ଚରକ ଆୟୁର୍ବେଦ ସଙ୍ଘ ତରଫରୁ ଶ୍ରୀ ଧନ୍ଵନ୍ତରୀଙ୍କ ଜୟନ୍ତୀ ଦିବସ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ନିକଟସ୍ଥ କୁଟ୍ରାଗଡ ଗ୍ରାମର ମଣ୍ଡପ ପରିସରରେ ଚରକ ଆୟୁର୍ବେଦ ସଙ୍ଘ ତରଫରୁ ସଙ୍ଘର ସଭାପତି ଚତୁର୍ଭୁଜ ଧଙ୍ଗଡାମାଝୀ ଓ ସମ୍ପାଦକ ପ୍ରମୋଦ କୁମାର ସାହୁକାରଙ୍କ ମିଳିତ ସଂଯୋଜନାରେ ଶ୍ରୀ ଧନ୍ଵନ୍ତରୀ ଦେବଙ୍କ ଜୟନ୍ତୀ ଉତ୍ସବ ଦିବସ ରୀତିନୀତି ଅନୁସାରେ ମହା ଆଡମ୍ବରର ସହକାରେ ପାଳିତ ହୋଇଯାଇଛି l ଏହି ଅବସରରେ ପୁରୋହିତ ଅଶୋକ କରଙ୍କ ପୌରାହିତ୍ୟରେ ପାରମ୍ପରିକ ବାଦ୍ୟ ଓ ସଂକୀର୍ତନ ମଣ୍ଡଳୀ ସହାୟତାରେ ଗଙ୍ଗା ଆବାହନ ପୂଜା ସହ ନଗର ପରିକ୍ରମ କରାଯିବ ପରେ ଧନ୍ଵନ୍ତରୀ ଧ୍ବଜା ଉତ୍ତଳୋନ,ମୃଣ୍ମୟ ମୂର୍ତ୍ତି ପୂଜନ, ହୋମଯଜ୍ଞ, ପୁଷ୍ପାଞ୍ଜଳି ଅର୍ପଣ ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା l ପରେ ଏକ ବୈଠକ ଅନୁଷ୍ଠିତ କରାଯାଇ ସେଠାରେ ଏହି ଧନ୍ଵନ୍ତରୀ ଦେବଙ୍କ ଜୟନ୍ତୀ ଉତ୍ସବ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଚରକ ଆୟୁର୍ବେଦ ସଙ୍ଘ ଆଗାମୀ ଦିନରେ କିପରି ଆହୁରି ଅଧିକ କାର୍ଯ୍ୟ କରିବ ଏବଂ ଏହାର ପ୍ରଚାର ପ୍ରସାର କିପରି ହୋଇପାରିବ ସେନେଇ ଆଲୋଚନା କରିଥିଲେ l ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କବିରାଜ କନ୍ଦପୂଜାରୀ,ବିରଜା ପାତ୍ର,ପୁରସ୍ତମ ମାର୍ଥା, ଗୌରାଙ୍ଗ ଚରଣ ରାଉତ, ପ୍ରଦୀପ ସାହୁ, ମନ୍ମଥ ମାର୍ଥା,ସରୋଜ ପାତ୍ର,ଲିଙ୍ଗରାଜ ମାର୍ଥା ପ୍ରମୁଖଙ୍କ ସମେତ ମୁନିଗୁଡା ଅଞ୍ଚଳ ଏବଂ ପଡୋଶୀ କଳାହାଣ୍ଡି ଓ କନ୍ଧମାଳ ଜିଲାରୁ ବହୁ ସଂଖ୍ୟାରେ ବୈଦ୍ୟ ମାନେ ସମାବେଶରେ ଉପସ୍ଥିତ ରହି ସେମାନଙ୍କ ଅଭିଜ୍ଞତା ଓ ଉଦ୍ଭାବନକୁ ଉଜାଗର କରିବା ସହ ପାହାଡି ଜଙ୍ଗଲ ଅଞ୍ଚଳରେ ଥିବା ଦୁର୍ଲଭ ଔଷଧୀୟ ବୃକ୍ଷରାଜିକୁ ସୁରକ୍ଷିତ ରଖିବା, ନୁତ୍ତନ ଔଷଧୀୟ ଉଦ୍ୟାନ ସୃଷ୍ଟି କରିବା ନେଇ ମତ ପ୍ରକାଶ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ