ଶ୍ରୀ ରଘୁନାଥ ମହାପ୍ରଭୁ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ଗ୍ରାମରେ ଚାଲିଥିବା ଶ୍ରୀ ରଘୁନାଥ ମହାପ୍ରଭୁ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି ।ଗଡ଼ଗୋବିନ୍ଦପୁର ଯୁବକ ସମାଜ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ୍ ରେ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ କ୍ରିକେଟ ଟିମ୍ ପ୍ରତିପକ୍ଷ ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମ କ୍ରିକେଟ ଟିମ୍ କୁ ପରାଜିତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଣ୍ଡୁରା ଗ୍ରାମ କ୍ରିକେଟ ଟିମ୍ ୭ ୱିକେଟ ବିନିମୟରେ ୧୪୦ ରନ ସଂଗ୍ରହ କରିଥିବା ବେଳେ ମୌଳାଭଞ୍ଜା ଗ୍ରାମ କ୍ରିକେଟ ଟିମ୍ ୭ ୱିକେଟ ବିନିମୟରେ ୧୪୨ ରନ ହାସଲ କରି ବିଜୟୀ ହୋଇଥିଲା । ସୁମନ ବେହେରା ଓ ପପୁ ପ୍ରଧାନ ମ୍ଯାଚ ରେ ଅମ୍ପାୟରିଂ କରିଥିଲେ। ପୁରସ୍କାର ବିତରଣ ସଭାରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁନ୍ଦର ଓ ସୁସ୍ଥତା ପାଇଁ ପ୍ରତ୍ୟେକ ଛାତ୍ର ଓ ଯୁବକ ପ୍ରତିଦିନ ଅନ୍ୟୁନ୍ୟ ୨ ଘଣ୍ଟା ଖେଳିବା କିମ୍ବା ବ୍ୟାୟାମ କରିବା ଆବଶ୍ୟକ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ପୂର୍ବତନ ସରପଞ୍ଚ ଇନ୍ଦ୍ର ପ୍ରଧାନ, ଜଗଦୀଶ ସାହୁ,ପ୍ରଦୀପ ପ୍ରଧାନ,ପ୍ରତାପ ସାହୁ,ତାରା ସାହୁ,ତ୍ରିଲୋଚନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟ ଆୟୋଜକ କମିଟି କାର୍ଯ୍ୟକର୍ତ୍ତା ଦେବାଶିଷ ପ୍ରଧାନ , ସୁନୀଲ ପ୍ରଧାନ , ଲକ୍ଷ୍ମୀକାନ୍ତ ସାହୁ , ଅରୁଣ ସାହୁ , ବବୁଲ ପ୍ରଧାନ , ମୁକୁନ୍ଦ ପ୍ରଧାନ , ମିତୁ ପ୍ରଧାନ,ମିଥୁନ ରେଡ୍ଡୀ,ନରସିଂହ ସାହୁ,ସନ୍ତୋଷ ବେହେରା,ପବିତ୍ର ସାହୁ ଙ୍କ ସମେତ ଟୁର୍ନାମେଣ୍ଟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।


