କିନ୍ନରଙ୍କ ହତ୍ୟା ପ୍ରତିବାଦରେ ଗଜପତିରେ ନିରବ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଫେବୃଆରୀ ପ୍ରଥମ ତାରିଖରେ ପିପିଲି ଥାନା ଅନ୍ତର୍ଗତ ସିଫା ଗେଟ୍ ନିକଟରେ ୩୧୬ ନମ୍ବର ଜାତୀୟ ରାଜପଥରେ ଜଣେ କିନ୍ନରଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ପ୍ରତିବାଦରେ ଏବଂ ମୃତକ କିନ୍ନରଙ୍କୁ ନ୍ୟାୟ ଦାବିରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ତୃତୀୟଲିଙ୍ଗି ସଂଗଠନ ପକ୍ଷରୁ ନିରବ ଶୋଭାଯାତ୍ରା ସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ମୃତ କିନ୍ନର ଅଞ୍ଚଳିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ହତ୍ୟା କରିଥିବା ଦୋଷୀଙ୍କ ବିରୁଦ୍ଧରେ କୋଠର ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତୃତୀୟଲିଙ୍ଗି ସଂଗଠନର ଜସ୍ମିନ ଶେଖଙ୍କ ସମେତ ବହୁ କିନ୍ନର ଓ ବିଭିନ୍ନ ସ୍ବେଚ୍ଛସେବୀ ସଂଗଠନର କର୍ମକର୍ତ୍ତା ଏବଂ ୱାନଷ୍ଟପ୍ କେନ୍ଦ୍ରର ମୋହିନୀ ପ୍ରଧାନ, ଏସଡବ୍ଲ୍ୟୁଡବ୍ଲ୍ୟୁଏସ୍ ର ପି.ସୁନୀତା, ପ୍ରଗତି ମହିଳା ସଂଗଠନର ତନୁଜା ଶତପଥି ପ୍ରମୁଖ ଯୋଗ ଦେଇଥିଲେ ।


