ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବକୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରିପିଲାମାନଙ୍କୁ ନୈତିକ ଶିକ୍ଷା, ସମାଜସଂସ୍କାର ସହିତ ଖେଳକୁଦରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ପ୍ଲାଷ୍ଟିକକୁ ବର୍ଜ୍ଜନ କରିବା, ସ୍ୱଛତା ରକ୍ଷା, ବିଦ୍ୟାଳୟ ଚର୍ତୁପାଶ୍ୱର୍ ସଫାସୁତୁରା ରଖିବା, ପାଣିକୁ ନଷ୍ଟ ନକରିବା, ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ଓ ଦୁଃଖିଦରିଦ୍ରଙ୍କ ସେବା କରିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଖେଳ ଦ୍ୱାରା ନିଜର ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟିଥାଏ ବୋଲି ଶ୍ରୀମା କହିଥିଲେ। ଉପସଭାପତି ଡ. କାଳୀପ୍ରସନ୍ନ ଶତପଥୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗୁରୁଜୀଗୁରୁମା ମାନେ ହେଉଛନ୍ତି ଏହି ଆଶ୍ରମ ସ୍କୁଲ ଭଳି ଏକ ଆଧ୍ୟାତ୍ମିକ ବିଦ୍ୟାଳୟର ଗଢି ଉଠୁଥିବା ଶିଖାର ସଙ୍ଗମସ୍ଥଳ ଭଳି। ଗୁରୁକୂଳ ବିଦ୍ୟାଳୟ ଭଳି ବିଦ୍ୟାଦାନ ଦେଉଥିବା ଏକ ଶାନ୍ତ ବାତାବରଣରେ ପିଲାମାନଙ୍କର ଶିକ୍ଷାଦାନ ଏବଂ ଖେଳକୁ ଶ୍ରୀମା ନିଜେ ନେତୃତ୍ୱ ଦେଇଛନ୍ତି। ପିଲାମାନେ ଦେଶ ଓ ଜାତିର ସୁନାଗରିକ ହେବା ପାଇଁ ଶ୍ରୀମାଙ୍କ ଅବଦାନ ଅତୁଳନୀୟ। ଏହି ବିଦ୍ୟାମନ୍ଦିରର ୫ଜଣ ପ୍ରାକ୍ତନ ଛାତ୍ର ଭାରତୀୟ ନୈାସେନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ବିଦ୍ୟାଳୟ ପାଇଁ ବଡ ଗୈାରବର କଥା ବୋଲି ଡ. ଶତପଥୀ କହିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଦିନରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ଏହି ଉତ୍ସବରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମଚାରୀ ନୃସିଂହ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


