ଦଧିବାମନଜିଉଙ୍କ ସ୍ନାନଯାତ୍ରା ସମ୍ପନ୍ନ

ହାଟଡିହି,(ଓ୍ବାଇଏନଏସ) : ହାଟଡିହି ବ୍ଳକ୍ ବଞ୍ଚୋ ଦଧିବାମନଜିଉଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇ ଯାଇଛି। ଆଜି ସକାଳୁ ମଙ୍ଗଳ ଆଳତି ପରେ ଶ୍ରୀଜିଉମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ନିଆଯାଇଥିଲା। ସେଠାରେ ସୁବାସିତ ଜଳରେ ସ୍ନାନ କରାଯିବା ପରେ ପଣ୍ଡିତ ସନାତନ ପଣ୍ଡା, ଶ୍ରୀଧର ପାଢ଼ୀ, ଆନନ୍ଦ ଦାଶ, ବୀରବର ପାଢ଼ୀ, ନନ୍ଦ କିଶୋର ଦାଶଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଥିଲା।  ଅପରାହ୍ଣରେ ଶ୍ରୀଜିଉମାନଙ୍କୁ ଗଜ ବେଶରେ ସଜ୍ଜିତ କରାଯାଇଥିଲା। ଗଜବେଶ ଦେଖିବା ପାଇଁ ଅପରାହ୍ନରେ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସୁଧାଂଶୁ ରାଉତ, ସୂର୍ଯ୍ୟମଣି ରାଉତ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ ।  ପ୍ରାଣ ବଲ୍ଲବ ପାଢ଼ୀ, ଚିନ୍ତାମଣି ରାଉତ, ଶଶାଙ୍କ ଶେଖର ପୁହାଣ, ରତିକାନ୍ତ ରାଉତ, ପ୍ରଶାନ୍ତ ରାଉତ, ଜ୍ଞାନରଞ୍ଜନ ସାମନ୍ତସିଂହାର, ଯୁଧିଷ୍ଠିର ରାଉତ, ଚିନ୍ତାମଣି ବରାଳ, କୀର୍ତ୍ତନ ବିହାରୀ ନାୟକ, ସୁରେନ୍ଦ୍ର ନାୟକ, ନନ୍ଦ କିଶୋର ନାୟକ, ବନମାଳି ବରାଳ, ମୁକେଶ ରାଉତ, ଘନଶ୍ୟାମ ରାଉତ, ବିକ୍ରମ କେଶରୀ ରାୟ, ରାଜେଶ ରାଉତ, ପ୍ରାଣ ବଲ୍ଲଭ ରାଉତ, ବାବୁଲି ନାୟକ, କୁଳମଣି ନାୟକ, ପଦ୍ମାବତୀ ରାଉତ, ବିଦୁ ପ୍ରଭା ରାଉତ, ସତ୍ୟଭାମା ବରାଳଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମା ବାରାହୀ ଯୁବକ ସଂଘ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଟଙ୍କ ତୋରାଣିର ବ୍ୟବସ୍ଥା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ