ବିଜେପିରେ ମିଶିଲେ ସମାଜସେବୀ ପଦ୍ମ ମୁଣ୍ଡା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):   କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ କେନ୍ଦୁଝର ଜିଲ୍ଲାର ଜଣେ ବେଶ ପରିଚିତ ସମାଜସେବୀ ତଥା ଆଦିବାସୀ ନେତା ପଦ୍ମ ଚରଣ ମୁଣ୍ଡା। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ପଦ୍ମ ମୁଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ କରାଇବା ସହିତ ଦଳୀୟ ଉତ୍ତରୀୟ ଏବଂ ଟୋପି ତଥା ଫୁଲ ମାଳ ପିନ୍ଧାଇ ସ୍ୱାଗତ କରିଥିଲେ। ଶ୍ରୀ ପଦ୍ମ ଚରଣ ମୁଣ୍ଡାଙ୍କ ଯୋଗଦାନ ନିଶ୍ଚିତ କେନ୍ଦୁଝର ଜିଲ୍ଲା ବିଜେପି କୁ ଆହୁରି ଶକ୍ତି ଯୋଗାଇବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ। ଦୀର୍ଘଦିନ ଧରି ଜିଲ୍ଲା ପାଇଁ ସମାଜ ସେବା କରି ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱ କୁ ଭରସା କରି ଶ୍ରୀ ମୁଣ୍ଡା ବିଜେପି ରେ ସାମିଲ ହୋଇ ଜିଲ୍ଲା ବାସୀଙ୍କ ପାଇଁ ଆହୁରି ଅଧିକ ସେବା କାର୍ଯ୍ୟ କରିବେ ବୋଲି କହିଛନ୍ତି। ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ପଦ୍ମ ମୁଣ୍ଡା ବିଜେପି ରେ ଯୋଗଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ