ସାମାଜିକ ନାଟକ “ସୁଖ ଆସିଥିଲା ଭଗାରୀ ହୋଇ” ମଞ୍ଚସ୍ଥ

ଆସିକା (ୱାଇଏନ୍‍ଏସ୍‍) ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ପୁଡୁଗେଶ୍ୱରପଲ୍ଲୀ ଗ୍ରାମର ଶ୍ରୀଶ୍ରୀ ପୁଡୁଗେଶ୍ୱର ନାଟ୍ୟକଳା ସଂସଦର ପ୍ରଯୋଜନାରେ ସୁନାମଧନ୍ୟ ନିର୍ଦ୍ଦେଶକ ମହେନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ଶ୍ରେଷ୍ଠ ସାମାଜିକ ନାଟକ “ସୁଖ ଆସିଥିଲା ଭଗାରୀ ହୋଇ” ମଞ୍ଚସ୍ଥ ହୋଇଯାଇଛି । ପୁଡୁଗେଶ୍ୱରପଲ୍ଲୀ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟନାରାୟଣ ନାହାକଙ୍କ ଅଧ୍ୟକ୍ଷତାରେ ଗ୍ରାମର ମଝିସାହିରେ ଅନୁଷ୍ଠିତ ହୋଇଥିବା ଏହି ସାମାଜିକ ନାଟକକୁ ବିଧାୟକ ସରୋଜ କୁୁମାର ପାଢୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପୁଡୁଗେଶ୍ୱରପଲ୍ଲୀ ଗ୍ରାମର କଳାକାର ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଦିଗରେ ଏହି ସାମାଜିକ ନାଟକ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ପୁଡୁଗେଶ୍ୱରପଲ୍ଲୀ ଗ୍ରାମର ଶ୍ରୀଶ୍ରୀ ପୁଡୁଗେଶ୍ୱର ନାଟ୍ୟକଳା ସଂସଦର କର୍ମକର୍ତ୍ତା ମାନଙ୍କ ପ୍ରଚେଷ୍ଟାରେ ପରିବେଶିତ ହୋଇଥିବା ଏହି ସାମାଜିକ ନାଟକ “ସୁଖ ଆସିଥିଲା ଭଗାରୀ ହୋଇ” ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିଲା ବେଳେ ପ୍ରାରମ୍ଭରେ ନୃତ୍ୟନୃତ୍ୟାଙ୍ଗନାଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ସାମାଜିକ ନାଟକ “ସୁଖ ଆସିଥିଲା ଭଗାରୀ ହୋଇ”କୁ ସୁପରିଚାଳନା କରିବା ଦିଗରେ ଗ୍ରାମବାସୀ ପଞ୍ଚାନନ ମହାନ୍ତି, ରମେଶ ରାଉତ, କାମେଶ୍ୱର ରାଉତ, ଅର୍ସୁଲୁ ସ୍ୱାଇଁ, ବାପୁନି ପାଣିଗ୍ରାହୀ, ଶିବରାମ ମହାନ୍ତି, ଅଜୁ ମହାନ୍ତି, ନୀଳମାଧବ ଜେନା, ଆଶିଷ୍‍ ନାହାକ, କିଶାନ୍‍ ବିଷୋୟୀ, ôହୃଷିକେଶ ସ୍ୱାଇଁ, ସୁରେଶ ନାହାକ, ଶୁଭମ୍‍ ସୁଆଁସିଆ, ମଙ୍ଗୁଳୁ ନାହାକ, କାଳିଆ ନାହାକ, ଅତୁଳ ନାହାକଙ୍କ ସମେତ ଶ୍ରୀ ଶ୍ରୀ ପୁଡୁଗେଶ୍ୱର ନାଟ୍ୟକଳା ସଂସଦର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ଓ କଳାକାର ବୃନ୍ଦ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ