ସମାଜ ସେବୀ ବିଶ୍ୱରଞ୍ଜନ ବେହେରା ସମ୍ବର୍ଦ୍ଧିତ
ହାଟଡିହି (ଓ୍ବାଇଏନଏସ): ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶବିତ ସମାଜ ସେବୀ ବିଶ୍ୱରଞ୍ଜନ ବେହେରାଙ୍କୁ ଧନୁର୍ଜୟପୁର ଠାରେ ସମ୍ବର୍ଦ୍ଧିତ କରାଯାଇଛି। ହାଟଡିହି ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ସରକାରୀ ଉଚ୍ଚା ବିଦ୍ୟାଳୟ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ହାଟଡିହି ବ୍ଲକ ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବିସୂରଞ୍ଜନ ବେହେରାଙ୍କୁ ମାନପତ୍ର ଓ ଉତ୍ତରୀୟ ସମ୍ବର୍ଦ୍ଧିତ କରିଛନ୍ତି l ଏପରିକି ଗ୍ରାମବାସୀ ତଥା ମହିଳା ସଂଗଠନ ତରଫରୁ ମଧ୍ୟ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ବେହେରା ଜଣେ ଛାତ୍ର ବତ୍ସଳ ଲୋକପ୍ରିୟ ଶିକ୍ଷକ ଭାବେ ପରିଚିତ l ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ସମୟରେ ବନ ମହୋତ୍ସବ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ବିଭିନ୍ନ ଗ୍ରାମରେ ବୃକ୍ଷ ରୋପଣ, ବାଲ୍ୟ ବିବାହ ନିରାକରଣ, ନିରକ୍ଷରତା ଦୂରୀକରଣ ଭଳି କାର୍ଯକ୍ରମ ମାନ କରି ବେଶ ପ୍ରଶଂସିତ ହୋଇଥିଲେ। ସେ ଗତ ୨୦୨୨ରେ ଅଜଣା ରୋଗରେ ୧୭ ଜଣଙ୍କ ମୃତ୍ୟୁ ଘଟଣାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଧନୁର୍ଜୟପୁର ହାଇସ୍କୁଲରେ ଯୁକ୍ତଦୁଇ ଶ୍ରେଣୀ ଖୋଲିବା ସହିତ ଧନ୍ଦାମୂଳକ ଶିକ୍ଷା ବିଷୟ ଖୋଲିବା ପାଇଁ ସାଂସଦ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିଥିଲେ। କେନ୍ଦୁଝର ବଞ୍ଚାଅ ମଞ୍ଚ ନାମରେ ଏକ ସ୍ବେଛାସେବୀ ସଂଗଠନ କରି ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି।


