ରାମନଗର ବସ୍ତିବାସୀଙ୍କୁ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ ସମାଜସେବୀ ଜସ୍ମିନ୍ ଶେଖ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ମାନବିକତା ଓ ସେବା ମନୋଭାବକୁ ଆଧାର କରି ସମାଜସେବୀ ଜସ୍ମିନ୍ ଶେଖଙ୍କ ପକ୍ଷରୁ ରାମନଗର ବସ୍ତିବାସୀଙ୍କ ସୁବିଧା ପାଇଁ ଏକ ଛୋଟ ପ୍ରୟାସ କରାଯାଇଛି। ବସ୍ତିର ଲୋକମାନଙ୍କୁ କିଛି ଲୁଗାପଟା ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ସେ ମାନବ ସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସମାଜର ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କ ଦୁଃଖସୁଖରେ ସାଥୀ ହେବା ହିଁ ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଏହି ଅବସରରେ ସମାଜସେବୀ ଜସ୍ମିନ୍ ଶେଖ କହିଛନ୍ତି ଯେ, ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟ ନିରନ୍ତର ଜାରି ରହିବ। ସେ ସବୁବେଳେ ଲୋକଙ୍କ ହିତରେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିବେ ବୋଲି ପ୍ରକାଶ କରିଛନ୍ତି।


