ଅନ୍ତିମ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ମେ ମାସ ୩୦ ତାରିଖ ଠାରୁ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‍ରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆଉମାତ୍ର ୬ ଦିନ ପରେ ଅର୍ଥାତ୍‍ ୨୮ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାପାଳ ଭି.କାର୍ତ୍ତୀଭାସନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଟୁଲିଆମ୍ମା ପ୍ରଧାନ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ଏବିଡିଓ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲର ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ବିଏଲ୍‍ଓ ସୁପରଭାଇଜର ରାମନାଥ ପଟ୍ଟନାୟକ, ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ଧୋବା ବେହେରା, ନିରଞ୍ଜନ ପରିଡା, ସତ୍ୟନାରାୟଣ ସେଠୀ, ବଂଶୀଧର ପରିଡାଙ୍କ ସମେତ ସମସ୍ତ ବିଏଲ୍‍ଓ ସୁପରଭାଇଜର ଏବଂ ବିଏଲ୍‍ଓ ମାନେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ନିର୍ଭୁଲ ଓ ସଠିକ୍‍ ଭାବେ ସଂପାଦନ କରିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମୂଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୫୬୧ ଥିଲା ବେଳେ ୨୨ ତାରିଖ ସୁଦ୍ଧା ୨ ଲକ୍ଷ ୫୧୫ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିଲା ବେଳେ ୧ ଲକ୍ଷ ୭୮ ହଜାର ୬୫୪ ପରିଗଣନା ଫର୍ମ ଇ-ପରିପୂରଣ ସଫଳତାର ସହ ଶେଷ ହୋଇଥିବା ଜଣାପଡିଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବା ବେଳେ ବର୍ତ୍ତମାନ ପରିଗଣନା ଫର୍ମ ଗୁଡିକର ଇ-ପରିପୂରଣ (ଡିଜିଟାଇଜେସନ୍‍) ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି । ବୁଥ୍‍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ସଂଗ୍ରହ କରିବା ପରେ ସେଗୁଡିକୁ ଅନ୍‍ଲାଇନ୍‍ ମାଧ୍ୟମରେ ନିର୍ଭୁଲ ଭାବେ ଡିଜିଟାଇଜ୍‍ କରୁଥିବା ଦେଖିବାକୁ ମିଳୁଛି ଏବଂ ଯେଉଁ ଭୋଟରମାନେ ଏ ପର୍ଯ୍ୟନ୍ତ ନିଜର ପରିଗଣନା ଫର୍ମ ଦାଖଲ କରିପାରି ନାହାନ୍ତି ସେମାନେ ନିଜ ବୁଥ୍‍ସ୍ତରୀୟ ଅଧିକାରୀଙ୍କ ନିକଟରେ ଜମା କରିବାକୁୁ ଅନୁରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆସନ୍ତା ୨୮ ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍‍ କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି । ଭାରତ ନିର୍ବାଚନ ଆୟୋଗଙ୍କ ପରାମର୍ଶକ୍ରମେ ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍‍ଆଇଆର୍‍) କାର୍ଯ୍ୟକ୍ରମ ଅନ୍ତର୍ଗତ ପରିଗଣନା ଫର୍ମ ବିତରଣ ଏବଂ ଡିଜିଟାଇଜେସନ୍‍ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ସ୍ୱଚ୍ଛ କରିବାରେ ବେଶ୍‍ ସହାୟକ ହୋଇିପାରିବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ