ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ଚଉଦକୁଲାଟ ଶାଖାର ସ୍ୱତନ୍ତ୍ର ଅଧିବେସନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ଚଉଦକୁଲାଟ ଶାଖାର ୧୭ତମ ପ୍ରତିଷ୍ଠା ଦିବସ ଦଧିବାମନଜୀଉ ସଂସ୍କୃତ ବିଦ୍ୟାଳୟ ପରିସରରେ ଗୈାରାଙ୍ଗ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ନିତ୍ୟାନନ୍ଦ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଗଠନ ସମ୍ପାଦକ କେଶବ ଚନ୍ଦ୍ର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରତ୍ୟୁଷରୁ ମହାତ୍ମାଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟ ମହାସଙ୍ଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ଉପାଧ୍ୟକ୍ଷ କାଳି ପ୍ରସାଦ ନାୟକ, ଗୋଲଖ ଚନ୍ଦ୍ର ବାରିକ, ଅଫିସ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ଦାସ, ଧ୍ୱୟାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସମ୍ପାଦକ ରାଜ କୁମାର ବିଶ୍ୱାଳ, ପଟ୍ଟାମୁଣ୍ଡାଇ ର ବ୍ରହ୍ମାନନ୍ଦ ବେହୁରା, ରାଜକନିକାର ରମାକାନ୍ତ ସାହୁଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନସନ୍ ବିରୋଧୀ ନୀତି ଓ କାର୍ଯ୍ୟ ବିରୋଧରେ ଏବଂ ଚିକିତ୍ସା ଭତ୍ତା ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସଂଗଠନର ପ୍ରତ୍ୟେକଟି ପଦକ୍ଷେପରେ ଚଉଦକୁଲାଟ ସଙ୍ଘ ସହଯୋଗ କରିବାକୁ ଉପଦେଷ୍ଟା ନିତ୍ୟାନନ୍ଦ ମିଶ୍ର ଘୋଷଣା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ମିଶ୍ର, ତପନ କୁମାର ଦାସ, ପ୍ରଭାକର ନାଥଶର୍ମା, ନରହରି ସାମଲ, ରତ୍ନାକର ଦାସ, ଦିବାକର ମହାରଣା, ଗୋକୁଳ ଚନ୍ଦ୍ର ଦାସ, ଗଣେଶ ଚନ୍ଦ୍ର ରାଉତ, ଭାଗବତ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ପରିଡା, ନରହରି ରାଉଳ, ଶୈଳେନ୍ଦ୍ର ମହାପାତ୍ର, କ୍ଷୀରୋଦ ଚନ୍ଦ୍ର ମିଶ୍ର, ଜୟଦେବ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ନବକିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


