ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ୟୁଥ ରେଡ଼କ୍ରସ ଆନୁକୂଲ୍ୟରେ ଉଦବୋଧନୀ କାର୍ଯ୍ୟକ୍ରମ
ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଏକ ପ୍ରେରଣାଦାୟୀ ଉଦବୋଧନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତଦାତା ସଂଘର ସଭାପତି ଡ. ନରେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ରକ୍ତଦାନର ମହତ୍ତ୍ୱ ଓ ଉପଯୋଗିତା ସମ୍ପର୍କରେ ବୁଝାଇବା ସହ ଅଧିକରୁ ଅଧିକ ଛାତ୍ରଛାତ୍ରୀ ରକ୍ତଦାନ ନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ l ଯୁବ ରେଡ଼କ୍ରସର ସଂଯୋଜକ ତଥା ପ୍ରାଣୀବିଜ୍ଞାନ ମୁଖ୍ୟ ଡ. ସୁଶୀଲ କୁମାର ରାଠୋର ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଡ. ବିଭୂତି ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ସୂର୍ଯ୍ୟ ସିମାଦ୍ରୀ ସାହୁ, କେ. ପ୍ରଶାନ୍ତ, ସୁମନ ମହାରଣା, ରୋହନ ସ୍ୱାଇଁ, ପ୍ରତୀକ୍ଷା କୁମାର ସାହୁ, ମାହେଶ୍ୱରୀ ବିଶ୍ୱାଳ ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ lଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଅବଗତ ହୋଇ ବେଶ ଉତ୍ସାହିତ ଜଣା ପଡୁଥିଲେ l


