ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ବ୍ଲକ ଗିରିଶୋଲା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି.ମୁଖ୍ୟ ଅତିଥି ରୂପେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇ ବିଦ୍ୟାଳୟ ରେ ଶିକ୍ଷକ,ଛାତ୍ର ଛାତ୍ରୀ,ଅଭିଭାବକ,ପରିଚାଳନା କମିଟି ଙ୍କ ମଧ୍ୟ ରେ ସମନ୍ୱୟ କୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହା ଅନୁକରଣୀୟ ବୋଲି ପ୍ରକାଶ କରିଥିଲେ। ବି ଇ ଓ ପନ୍ନଗ ଭୂଷଣ ମାଝୀ,ପୂର୍ବତନ ପ୍ରଧାନ ଶିକ୍ଷକ ରଘୁନାଥ ଘଡେଇ,ପ୍ରଧାନ ଶିକ୍ଷୟତ୍ରୀ ସବିତା କୁମାରୀ ରେଡ୍ଡୀ,ଏ ବି ଇ ଓ ମେଘନାଦ ବେହେରା,ପରିଚାଳନା କମିଟି ସଭାପତି ଜି.ପାପା ରାଓ,ସି ଆର ସି ସି ବି.ଭେଙ୍କଟ ରାଓ,ଅବସର ପ୍ରାପ୍ତ ଶିକ୍ଷକ ରାଜୁ ବିଷୋୟୀ,ବରିଷ୍ଠ ଶିକ୍ଷୟତ୍ରୀ ଏମ.ଉମା ଜୟନ୍ତୀ ପ୍ରମୁଖ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ର ମହତ୍ୱ ସମ୍ପର୍କ ରେ ବୁଝେଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ବାର୍ଷିକ ବିବରଣୀ ପାଠ କରିବା ସହ ପିଲାଙ୍କ ଗୁଣାତ୍ମକ ଶିକ୍ଷା ର ଅଭିବୃଦ୍ଧି ସମ୍ପର୍କ ରେ ମତ ପ୍ରକାଶ ପାଇଥିଲା କାର୍ଯ୍ୟକ୍ରମ ରେ.ବାର୍ଷିକ କ୍ରୀଡା ର ପ୍ରତିଭାବାନ ଓ ବାର୍ଷିକ ଶୈକ୍ଷିକ ଦିଗ ରେ ଉନ୍ନତ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ବିଧାୟକ.ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ସହକାରୀ ଶିକ୍ଷକ,ପରିଚାଳନା କମିଟି,ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।


