ଦିବ୍ୟ ଜୀବନ ସଂଘ ମଣ୍ଟାପଡା ଶାଖା ପକ୍ଷରୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ସ୍ଥାନୀୟ ବସ୍ଷ୍ଟାଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟ ଜିଲ୍ଲା ଆନୁକୁଲ୍ୟରେ ମଣ୍ଟାପଡା ଦିବ୍ୟଜୀବନ ସଂଘ ଶାଖା ପକ୍ଷରୁ ବ୍ରହ୍ମେଶ୍ୱର ମନ୍ଦିର ନିକଟରେ ଏକ ଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ନଗର ଓ ଭଜନ କିର୍ତ୍ତନ, ଗୁରୁ ପାଦୁକା ପୂଜା, ଜଳଯୋଗ, ଭଜନକୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ ଓ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ଏକ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଣ୍ଟାପଡା ଦିବ୍ୟଜୀବନ ସଂଘ ଶାଖାର ସଭାପତି ନାରାୟଣ ବିଶ୍ୱାଳ ଓ ସଂପାଦକ ନାରାୟଣ ସାହୁ ଏବଂ କୋଷାଧ୍ୟକ୍ଷ ତ୍ରିନାଥ ବିଶ୍ୱାଳଙ୍କ ସଂଯୋଜନା ସାଙ୍ଗକୁ ଆଧ୍ୟାତ୍ମିକପ୍ରେମୀ ବିଜୟ ବିଶ୍ୱାଳ ଓ ବାବୁ ବିଶ୍ୱାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଏକଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ରୂପେ ଦିବ୍ୟଜୀବନ ସଂଘ ଦକ୍ଷିଣ ଓଡିଶା ସମନ୍ୱୟ ସମ୍ମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଯୋଗଦେଇ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରି ସଦ୍ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଜୀବନୀ, ବାଣୀ, ଆଦର୍ଶ, ଉପଦେଶ ଓ ଆଧ୍ୟାତ୍ମିକ ପଥ ଉପରେ ଆଲୋକପାତ କରି ସେବା, ପ୍ରେମ, ଦାନ, ଧ୍ୟାନ, ପବିତ୍ରତା ମାଧ୍ୟମରେ ସ୍ୱାମୀ ଶିବାନନ୍ଦଙ୍କ ବାଣୀଙ୍କୁ ଭକ୍ତମାନେ ଦୈନନ୍ଦିନ ଜୀବନରେ ପାଳନ କରିବା ସହ ଦୁଃଖୀ, ଗରିବଙ୍କୁ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟ ଜିଲ୍ଲା ଆନୁକୁଲ୍ୟରେ ମଣ୍ଟାପଡା ଦିବ୍ୟଜୀବନ ସଂଘ ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶତାଧୀକ ଆଧ୍ୟାତ୍ମିକପ୍ରେମୀ ଓ ଗ୍ରାମବାସୀ ଏବଂ ସଚେତନ ନାଗରିକ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଦିବ୍ୟଜୀବନ ସଂଘ ବାବନପୁର ଶାଖାର ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ପ୍ରଦୀପ କୁମାର ନାୟକ ଏହି ଏକ ଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ ଆଧ୍ୟାତ୍ମିକ ବାର୍ତ୍ତା ଦ୍ୱାରା ସମାଜର ଓ ଆଧ୍ୟାତ୍ମିକ ସାଧନା ଦ୍ୱାରା ମନୁଷ୍ୟର ପରିବର୍ତ୍ତନ ସମ୍ଭବ । ପରିବର୍ତ୍ତନ ହେଉଛି ସମଗ୍ର ସୃଷ୍ଟିର ନିୟମ । ରାତି ପରେ ଦିନ ଏବଂ ଦିନପରେ ରାତି, ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଏହା ହେଉଛି ସଂସାରର ନିୟମ । ତେଣୁ ଜଗଦ୍ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଯେଉଁ ଉପଦେଶ ଓ ଦିଗ୍ଦର୍ଶନ ଦେଇ ଯାଇଛନ୍ତି ତାହାକୁ ଯୁବପିଢୀ ଓ ସଚେତନ ନାଗରିକ ମାନେ ପାଳନ କରିବାକୁ ଆହ୍ୱାନ କରିବା ସହ ଶାରୀରିକ ସୁଦ୍ଧତା, ମାନସିକ ବିକାଶ ଓ ଆତ୍ମୋନ୍ନତି ଲାଭ କରିବା ସଙ୍ଗେ ସଙ୍ଗେ ସତ୍ୟବ୍ରତୀ, ସଦାଚାରୀ ଓ ପରୋପକାରୀ ନାଗରିକ ହୋଇ ସମାଜର ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମଣ୍ଟାପଡା ଦିବ୍ୟଜୀବନ ସଂଘ ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ତଥା ଦିବ୍ୟଜୀବନ ସଂଘ ମଣ୍ଟାପଡା ଶାଖାର ସଭାପତି ନାରାୟଣ ବିଶ୍ୱାଳ, ସଂପାଦକ ନାରାୟଣ ସାହୁ, କୋଷାଧ୍ୟକ୍ଷ ତ୍ରିନାଥ ବିଶ୍ୱାଳ, ଆଧ୍ୟାତ୍ମିକପ୍ରେମୀ କୈଳାଶ ବିଶ୍ୱାଳ, କୃଷ୍ଣ ବିଶ୍ୱାଳ, ଡ୍ରାଇଭର ବିଶ୍ୱାଳ, ପିତାମ୍ବର ପରିଡା, ନରସିଂହ ସେଠ୍, ନାରାୟଣ ପରିଡା, ଭୋଜରାମ ସେଠ୍, ଭଂଜ କିଶୋର ସାହୁ, ଗାଣ୍ଡୁ ପରିଡା, ଗୌରାଙ୍ଗ ଖଟେଇ, ବିଷ୍ଣୁପ୍ରିୟା ସାହୁ, ରଂଜିତ୍ ବିଶ୍ୱାଳ, ଝୁନୁ ବିଶ୍ୱଳ, ଝୁନୁ ସାହୁ, କମ୍ବୁଳି ବେହେରା, ରାନୁ ବିଶ୍ୱାଳ, ସବିତା ସାହୁ, ଭାଗ୍ୟ ପ୍ରଧାନ, କୁମ ସାହୁ, ଲକ୍ଷ୍ମୀ ଡାକୁଆଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


