ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବଞ୍ଚୋରେ ଚତୁର୍ଦଶତମ ମହା ଶ୍ରୀରାମ ନବମୀ ଉତ୍ସବ ଆଡ଼ମ୍ବରରେ ପାଳନ କରାଯାଇଥିଲା। ପଣ୍ଡିତ ଆନନ୍ଦ ଚନ୍ଦ୍ର ଦାଶ, ଓ ନାରାୟଣ ପାଢ଼ିଙ୍କ ଦ୍ୱାରା  ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପୁଣ୍ୟତୋୟା ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚନା କରାଯାଇଥିଲା। ପରେ ସମସ୍ତ ରୀତିନୀତି ମତେ ପୂଜାର୍ଚନା ପରେ ରାମାଭିଷେକ କରାଯାଇ ସନ୍ଧ୍ୟାରେ ପୂର୍ଣ୍ଣାହୁତୀ ପ୍ରଦାନ କରାଯାଇ ଥିଲା। ଅପରାହ୍ନ ୪ଟାରୁ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।  ଏହି ଉତ୍ସବରେ  ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟାକ୍ଷ ରତିକାନ୍ତ ରାଉତ, ଦଧିବାମନଜୀଉ ମନ୍ଦିର ପରିଚାଳନା କମିଟିର ପ୍ରାଣବଲ୍ଲଵ ପାଢ଼ୀ, ଡ଼ ଅଶୋକ ପୁହାଣ, ସୁଧାଂଶୁ ରାଉତ ପ୍ରମୁଖ ଯୋଗଦେଇ ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିବା ଉତ୍ସବ ଓ ମହୋତ୍ସବ ଗାଁ ର ଏକତା ଓ ଭାଇଚାରା ବଜାୟ ରଖେ ବୋଲି ମତବ୍ୟକ୍ତ କରିଥିଲେ।  ମନ୍ଦାର ମାଳିନୀ ବଞ୍ଚୋ ଗ୍ରାମ ଜିଲ୍ଲାର ଏକ ନିଆରା ଗ୍ରାମ, ଯେଉଁଠି ୧୨ମାସରେ ୧୩ ପର୍ବ ପାଳିତ ହୋଇଥାଏ। ଏହା ଏକ ଭାଇଚାରାର ଗାଁ, ଏହାର ଐତିହ୍ୟ, ପରମ୍ପରା ଅନ୍ୟ ମାନଙ୍କ ଠାରୁ ସ୍ୱତନ୍ତ୍ର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲା। ରାଧାଗୋବିନ୍ଦ ଦାଶ, ଗିରିଧାରୀ ପଟ୍ଟନାୟକ, ଛବିନ୍ଦ୍ର ନାୟକ, ସନାତନ ଓଝା, ପ୍ରଶାନ୍ତ ପଟ୍ଟନାୟକ, ମାର୍କଣ୍ଡ ଚରଣ ଓଝା, ସୁଧାଂଶୁ ରାଉତ, ଗଙ୍ଗାଧର ବେହେରା, କୀର୍ତ୍ତନ ବିହାରୀ ନାୟକ, ଚିନ୍ତାମଣି ରାଉତ, ବିକ୍ରମ ଦେବ ରାଉତରାୟ, ଭରତ ଚନ୍ଦ୍ର ରାଉତ, ମଧୁସୂଦନ ରାଉତ, ଚୈତନ ବେହେରା, ବୈରାଗୀ ସ୍ୱାଇଁ, ବୀରକିଶୋର ପଟ୍ଟନାୟକ, ବିମଳ କିଶୋର ଜେନା, ହରେକୃଷ୍ଣ ମୁଦୁଲି, ସନ୍ତୋଷ ପଣ୍ଡା, ମୁକେଶ ରାଉତ, କୁଳମଣି ବେହେରା, ପ୍ରିୟବ୍ରତ ନାୟକ, ଜଗନ୍ନାଥ ଦାସ, କୋଦଣ୍ଡ ସାମଲ, ଶଶାଙ୍କ ଶେଖର ପୁହାଣ, ଶୁକଦେବ ରାଉତ, ଯୁଧିଷ୍ଠିର ରାଉତ, ପଞ୍ଚାନନ ପଟ୍ଟନାୟକ, ସତ୍ୟାନନ୍ଦ ବରାଳଙ୍କ ସମେତ ଅନେକ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ