ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ୍ ଭାବେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟର ସଫଳତା

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଆସାମ ର ଗୁୱାହାଟି ସ୍ଥିତ ପ୍ରାଗ ଜ୍ୟୋତିଷ ସିନିୟର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ହୋଇଥିବା ସିବିଏସ୍ଇ ପୂର୍ବୋତ୍ତର ରାଜ୍ୟ ସମୂହ ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୧୭ ବର୍ଷରୁ କମ୍ ବାଳକ ହ୍ୟାଣ୍ଡବଲ ଦଳ ଇଷ୍ଟଜୋନରେ ଚାମ୍ପିୟାନ୍ ହୋଇ ସ୍ୱର୍ଣ୍ଣପଦକ ହାସଲ କରିବା ସହ ଜାତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି । ଫାଇନାଲରେ ଛତିଶଗଡର ଆଧାରଶିଳା ବିଦ୍ୟାମନ୍ଦିରକୁ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ରେ ୧୮-୧୬ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଛି । ଏହି ପରିପ୍ରେକ୍ଷୀରେ ରାଜରାମ ପଣ୍ଡା,ଗୌରୀଶଙ୍କର ଜେନା(କୋଚ୍),ରେଫରୀ ମନୋଜ ବିଶ୍ୱାସ,ତାଜ୍ମିରା ଗାଜୀ ପ୍ରଶିକ୍ଷଣ ଦେଇ ଦାୟିତ୍ୱ ତୁଲାଇଥିବାବେଳେ ସହଯୋଗୀ ଶିକ୍ଷକ ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଶିକ୍ଷୟିତ୍ରୀ ଶଶିରେଖା ସାହୁ ସହାୟତା କରିଥିଲେ । ଉକ୍ତ ଜୋନରେ ତୀବ୍ର ପ୍ରତିଦ୍ୱନ୍ଦିତା ତଥା ସଂଘର୍ଷପୂର୍ଣ୍ଣ ଭାବେ ବେଶ ଉପଭୋଗ୍ୟ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ଆଶାତୀତ ସଫଳତା ମିଳିଛି । ଜାତୀୟ ସ୍ତରରେ ବିଦ୍ୟାଳୟପ ପାଇଁ ଏହା ଏକ ଗୌରବ ଆଣିଥିବାରୁ ବିଦ୍ୟାଳୟର ପ୍ରତିଷ୍ଠାତା ଇଂ ଦେବବ୍ରତ ବେହେରା କୃତୀତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରିବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି । ଟ୍ରଷ୍ଟି ସସ୍ମିତା ବେହେରା,ଟ୍ରଷ୍ଟି କାଶ୍ଭି କେୟା,ଟ୍ରଷ୍ଟି ଶରତ ଚନ୍ଦ୍ର ମହାନ୍ତି,ଟ୍ରଷ୍ଟି ସୌମ୍ୟରଞ୍ଜନ ପଣ୍ଡା ଏବଂ ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ଡ଼ଃ ଦିବ୍ୟକିଶୋର ପ୍ରଧାନ,ମୁଖ୍ୟ ପ୍ରଶାସନିକ ଅଧିକାରୀ ଇଂ ମୃତୁ୍ୟଞ୍ଜୟ ନାୟକ,ଉପସଭାପତି ଇଂ କୀରନ ଭାରତୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କାର୍ଯ୍ୟକର୍ତ୍ତା ଗଣ କୃତୀତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହ ସାଧୁବାଦ ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ