କୃଷି ବିଭାଗରେ କର୍ମଚାରୀ ମରୁଡି :ଚାଷୀ କୃଷି ସମ୍ପର୍କୀୟ ସଚେତନ ନପାଇ ନିରାଶ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-କୃଷି ପ୍ରାଧାନ୍ୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ କୃଷି ବିଭାଗ ରେ କର୍ମଚାରୀ ମରୁଡି। ବର୍ଷ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ପଦ ଗୁଡିକ ଖାଲି ପଡିଥିବାରୁ କ୍ଷେତ୍ରରେ କୃଷି କର୍ମଚାରୀ ଙ୍କ ପାଦ ପଡୁନି। ଅନ୍ୟ ପଟେ କୃଷି ବିଭାଗର ମାନବ ସମ୍ବଳ ଅଭାବ ରୁ ଜଣେ କର୍ମଚାରୀ ଏକାଧିକ ଦାୟିତ୍ୱ ତୁଲାଉଛନ୍ତି। ଫଳରେ ନିଦ୍ଧିଷ୍ଟ ଫସଲ ସମୟରେ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ମିଳିପାରୁନି। ଏମିତିକି ଅସ୍ତରଙ୍ଗ ବ୍ଲକର ହଜାର ହଜାର ଏକର ଜମି ପରିଦର୍ଶନ କରିବା ସମ୍ଭବ ହୋଇପାରୁନି। ଯଦ୍ୱାରା ଚାଷୀ ମାନେ ବାଧ୍ୟ ହୋଇ ବେସରକାରୀ କୀଟନାଶକ ଓ ସାର ଦୋକାନୀ ଙ୍କ ଉପରେ ଭରସା କରି କ୍ଷତି ସହୁଛନ୍ତି। ଅସ୍ତରଙ୍ଗ ଅଞ୍ଚଳର ଚାଷୀ ଈଶ୍ୱର ମହାରଣା ସମୀର ପରିଡା କହିଛନ୍ତି ସରକାରୀ ସହାୟତା ମିଳୁନଥିବାରୁ ସେମାନେ ବେସରକାରୀ ବିହନ, କୀଟନାଶକ ଓ ସାର କିଣିବାକୁ ବାଧ୍ୟ ହେଉଛନ୍ତି। କେଉଁ ବିହନକୁ କେଉଁ ପ୍ରଣାଳୀରେ ଚାଷ କରାଯିବ ଦୋକାନୀଙ୍କ ଠାରୁ ପରାମର୍ଶ ନେଇ ଚାଷ କରୁଛନ୍ତି। ଉପଯୁକ୍ତ ପରାମର୍ଶ ଅଭାବ ରୁ ଅସ୍ତରଙ୍ଗ ବ୍ଲକର ଅଧିକାଂଶ ଚାଷୀ ଫସଲରେ ବ୍ୟାପକ କ୍ଷତି ସହୁଛନ୍ତି। ବିହନ କମ୍ପାନୀ ଗୁଡିକ ଚାଷୀଙ୍କୁ ଉତ୍ତମ ବିହନ ଦେଇ ପାରୁନଥିବାରୁ ଫସଲ  କ୍ଷତିକୁ ନେଇ କାଁ ଭାଁ ଜଣେ ଅଧେ ସଚେତନ ଚାଷୀ ଖାଉଟି ଅଦାଲତ ଦ୍ୱାରସ୍ତ ହେଉଛନ୍ତି। ବାସ୍ତବରେ ଅଧିକାଂଶ ଚାଷୀ ସଚେତନତା ଅଭାବରୁ ଫସଲ କ୍ଷତିପୂରଣ ମଧ୍ୟ ପାଇପାରୁନାହାନ୍ତି। ଅସ୍ତରଙ୍ଗ କୃଷି ବିଭାଗରେ ରେ ବ୍ଲକ କୃଷି ଅଧିକାରିଣୀ ବି.ଅର୍ପିତା, କୃଷି ଅଧିଦର୍ଶକ ନିବେଦିତା ସେନାପତି, ଗ୍ରାମ୍ୟ କୃଷି କର୍ମଚାରୀ ଅନ୍ନପୂର୍ଣ୍ଣା ସେନାପତି, ମାନସ ରଞ୍ଜନ ଖଟୋଇ ଥିବା ବେଳେ ଆତ୍ମା ରେ ବିଟିଏମ ଜିତେନ୍ଦ୍ର ପ୍ରଧାନ, ଏଟିଏମ ଅମରେଶ୍ୱର ବିଶ୍ୱାଳ, ଶିବ ପ୍ରସାଦ ପାଇଟଳା, ଶ୍ଵେତା ପଲେଇ ଥିବା ବେଳେ ଗ୍ରାମ୍ୟ କୃଷି କର୍ମଚାରୀ ୫ଟି ପଦ ଖାଲି ଥିବା ବେଳେ ଅତିରିକ୍ତ କୃଷି ଅଧିକାରୀ ପଦବୀ ଖାଲି ପଡିଛି।ତେଣୁ କୃଷି ବିଭାଗରେ ଆବଶ୍ୟକ ଖାଲି ପଡ଼ିଥିବା କୃଷି କର୍ମଚାରୀ ପଦଗୁଡିକ ତୁରନ୍ତ ପୂରଣ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ।ଏ ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ କୃଷି ଅଧିକାରିଣୀ ବି. ଅର୍ପିତା କହିଛନ୍ତି ପ୍ରତି ମାସରେ ବିଭାଗ କୁ ଖାଲି ପଡ଼ିଥିବା ପଦଗୁଡିକ ସମ୍ପର୍କରେ ସୂଚନା ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଉଛି। ସରକାର ଖାଲି ପଡ଼ିଥିବା ପଦଗୁଡିକ ରେ ନିଯୁକ୍ତି ଦେଲେ ସେଗୁଡିକ ପୂରଣ ହୋଇପାରିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ