ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପେନସନ୍ ହିତାଧିକାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର, (ଓ୍ବାଇଏନଏସ)  : ଛତ୍ରପୁର ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ପକ୍ଷରୁ ପେନସନ୍ ହିତାଧିକାରୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି । ଛତ୍ରପୁର ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ପ୍ରଦୀପ୍ତ ଓଝାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ଅଲେଖ ପ୍ରଧାନଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ପ୍ରାୟ ଏକଶହରୁ ଅଧିକା ପେନସନ୍ ହିତାଧିକାରୀ ବୃଦ୍ଧ ଓ ବୃଦ୍ଧାଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରାଯାଇଥିଲା । ଏଥିରେ ମେଡିକାଲ ଅଫିସର ଡାକ୍ତର ମଧୁଛନ୍ଦ ପଣ୍ଡା, ସ୍ୱାସ୍ଥ୍ୟ ପରାମର୍ଶଦାତ ଡାକ୍ତର ଦେବହରୀ ରେଡ୍ଡୀ, ହସ୍ପିଟାଲ ମ୍ୟାନଜର ଗଣେଶ ନାହାକ, ଜଗନ୍ନାଥ ପାଢୀ ଓ ପି.ତାରକେଶ୍ୱର ରାଓ ପ୍ରମୁଖ ଷ୍ଟାଫ୍ ସହଯୋଗ କରିଥିଲେ । ଶିବିର ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ଆର୍‌ଏସିସି ଶାଖାର ମୁଖ୍ୟ ପ୍ରବନ୍ଧକ ସୁନିତା ରଥ, ଜିତେନ୍ଦ୍ର କୁମାର ପଲାଇ, ପ୍ରବେସନାରୀ ଅଫିସର ଅତିଥି ଅର୍ପୁଭା, ଆର୍‌.ପ୍ରିୟଙ୍କା ରେଡ୍ଡୀ, ଏ.ସୁରେଶ ରେଡ୍ଡୀ,ଏସ୍‌.ରାମକ୍ରିଷ୍ଣା ରାଓ, ସମିର ପରିଡା, ଇଗ୍ନସ ମାଳି ଓ ଅଶ୍ୱିନୀ ବେହେରା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ