ରାଜ୍ୟ ଆଇନଜୀବୀ ପରିଷରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସ୍ବର୍ଗତ ଓକିଲ ପୀତବାସ ପଣ୍ଡାଙ୍କ ହତ୍ୟାକାରିକୁ ଗିରଫ ଦାବିଦର ସଦସ୍ୟ ସ୍ବର୍ଗତ ଓକିଲ ପୀତବାସ ପଣ୍ଡାଙ୍କ ହତ୍ୟାକାରିକୁ ଗିରଫ ଦାବି

ପୋଲସରା, (ଅନୀଲ କୁମାର ମହାରଣା): ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଓକିଲ ପୀତବାସ ପଣ୍ଡା ଅକ୍ଟୋବର ୦୬ ତାରିଖ ରାତ୍ର ପ୍ରାୟ ୧୦ ଘଣ୍ଟା ସମୟେ ନିଜ ବାସଗୃହକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ଦୁର୍ବୁତ୍ତମାନେ ଗୁଳିକରି ହତ୍ୟା ଘଟଣା ସମସ୍ତ ଆଇନଜୀବୀଙ୍କୁ ମର୍ମାହତ କରିଛି। ପୋଲସରା ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି କବିରାଜ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଦୁଇ ମିନଟ ନିରବ ପ୍ରାର୍ଥନା କାରାଯାଇ ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଏଥିରେ ସମ୍ପାଦକ ବ୍ରଜେନ୍ଦ୍ର ସାହୁ, ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ, ବ୍ରଜବନ୍ଧୁ ଦଳବେହେରା, ଶରତ ଚନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପଟ୍ଟନାୟକ, ସିମାଞ୍ଚଳ ହୋତା, ଅଗସ୍ତି ବରାଡ଼, ପବିତ୍ର କୁମାର ନାୟକ, ଏ ପ୍ରଶାନ୍ତ କୁମାର ଆଚାରୀ, ପ୍ରହଲ୍ଲାଦ ବିଷୋୟୀ, ପ୍ରାକ୍ତନ ସଭାପତି ବଳରାମ ପ୍ରଧାନ ପ୍ରମୁଖ ସ୍ବର୍ଗତ ପୀତବାସ ପଣ୍ଡାଙ୍କ ଓକିଲ ସମାଜ ପ୍ରତି ଉତ୍ସର୍ଗୀକୃତ ଜୀବନର ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ପଣ୍ଡା ଏକାଧାରରେ ଜଣେ ବରିଷ୍ଠ ଓକିଲ, ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ, ସୁ ଲେଖକ, ଗାଳ୍ପିକ, ବରିଷ୍ଠ ରାଜନୀତିଜ୍ଞ, ଦୃଢ଼ ସଂଗଠକ, ବ୍ରହ୍ମପୁର ସହର ରେ ଗଢିଉଠିଥିବା ଅନେକ ସଂଗଠନର ସଭାପତି, ସେହିପରି ରାଜ୍ୟ ସ୍ତରରେ ମଧ୍ୟ ବହୁ ଅନୁଷ୍ଠାନ ସହ ଯୋଡିହୋଇ ଲୋକକଲ୍ୟାଣ କାର୍ଯ୍ୟକ୍ରମ କରି ଅନେକ ସୁନାମ ଅର୍ଜନ କରିଥିଲେ। ତାଙ୍କର ଦେହାନ୍ତ ଓକିଲ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ଆସାମୀମାନଙ୍କୁ ତୁରନ୍ତ ଗିରଫ ଓ ସ୍ବର୍ଗତ ପଣ୍ଡାଙ୍କୁ ସମ୍ମାନ ଜଣାଇ ପୋଲସରା ଓକିଲ ସଂଘ ଏକ ଦିନ କଲମ ଛାଡ଼ ଆନ୍ଦୋଳନ କରିବା ସହିତ ପ୍ରତିବାଦ ଜଣାଇ ପୋଲସରା ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସଭାପତି ସୁଶାନ୍ତ କୁମାର ସାହୁ, ସପନ ମିଶ୍ର, ସଚ୍ଚିଦାନନ୍ଦ ପାଣିଗ୍ରାହୀ, ସୁଧାଂଶୁ ଶେଖର ପ୍ରଧାନ, ଉପସଭାପତି ଅକ୍ଷୟ ଦାସ, ସୁଜ୍ଞାନୀ କୁମାରୀ ସାହୁ, ସୁଜିତ କୁମାର ପାଣିଗ୍ରାହୀ, ନାରାୟଣ ସାହୁ,  ହରପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ