ଲକ୍ଷ୍ମୀପୂଜା ଆବସରରେ ଜଳସରପୁରରେ ଅଭିନନ୍ଦନ ଗ୍ରନ୍ଥ ଉନ୍ମୋଚିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଗେଡ଼ମା ପଞ୍ଚାୟତ ଜଳସରପୁର ଠାରେ ଶିକ୍ଷାବିତ ବାସୁଦେବ ନାୟକଙ୍କ ବାସଭବନରେ ଅନୁଷ୍ଠିତ ଲଷ୍ମୀପୂଜା ଆବସରରେ ପ୍ରଥମଥର ପାଇଁ “ଅଭିନନ୍ଦନ ଗ୍ରନ୍ଥ” ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କବି ଗୋବିନ୍ଦଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡକ୍ଟର ନାରାୟଣ ଚନ୍ଦ୍ର ସେନାପତି, ମୁଖ୍ୟବକ୍ତା ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ସମ୍ମାନିତ ଅତିଥି ଭାବେ କୈଳାଶ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଶଙ୍ଖାଳି ଚରଣ ରାଉଳ, ବିଦ୍ୟୁତ୍ ପ୍ରଭା ଦେଓ ପ୍ରମୁଖ ଯୋଗଦେଇ ଥିଲେ। ନାରାୟଣ ଲେଙ୍କା ମଞ୍ଚ ସଂଯୋଜନା କରିଥିବା ବେଳେ, କବି ଅରୁଣ କୁମାର ଜେନା, ବ୍ୟଙ୍ଗ କବି ମୁରଲୀ ବେହେରା, କବି ରମେଶ ଚନ୍ଦ୍ରସହୁ, କବି ନାରାୟଣ ସାହୁ, ବ୍ୟଙ୍ଗ କବି ବଳରାମ ଜେନା, କବି ଶ୍ରୀକାନ୍ତ ପଣ୍ଡା, କବି ବାସୁଦେବ ଦାସ, ବ୍ୟଙ୍ଗ କବି ହେମନ୍ତ କୁମାର ନାୟକ, କବି ବାବନ ବେହେରା, ସୁରେନ୍ଦ୍ର ପରିଡା, ଲେଖକ ଇନ୍ଦ୍ରମଣି ସେଠୀ, ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା, ନୃସିଙ୍ଘ ଚରଣ ପଣ୍ଡା, ବିଦ୍ୟାଧର ସାମଲ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିବା ସହିତ ଭାଗବତ ଆଲୋଚନା କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ” ଅଭିନନ୍ଦନ ଗ୍ରନ୍ଥ” ଉନ୍ମୋଚନ କରାଯାଇଥିଲା। ମାନସକୁମାର ନାୟକ ଓ ପରିବାର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜଳସରପୁରରେ ପ୍ରଥମଥର ପାଇଁ ଏପରି ଏକ କାର୍ଯ୍ୟକ୍ରମ ହୋଇଥିବାରୁ ଅନେକ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ।


