ରାଜ୍ୟସ୍ତରୀୟ ଗୀତା ଜୟନ୍ତୀ ଆଲୋଚନା ଚକ୍ର
ଆସିକା (ଓ୍ବାଇଏନଏସ): ପାବନୀ ଗୀତା ଜୟନ୍ତୀ ଅବସରରେ ଉତ୍କଳୀୟ ଯୋଗବେଦନ୍ତ ପରିଷଦ ଆସ୍କା ଶାଖା ପକ୍ଷରୁ ଡ଼ଃ. ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଏକ ଆଭାଷି ଆଲୋଚନା ଚକ୍ର ମଙ୍ଗଳବାର ସନ୍ଧ୍ୟା ୭.୧୫ ମିନିଟ୍ ସମୟରେ ଅନୁଷ୍ଠିତ ହୋଇଯାଇଛି। ଯାହାର ବିଷୟ ଥିଲା ” ଗୀତା ସୁଗୀତା କର୍ତ୍ତବ୍ୟା “। ଏହି ଆଲୋଚନା ଚକ୍ରର ଆବାହକ ବରିଷ୍ଠ ଦର୍ଶନ ଅଧ୍ୟାପକ ଶ୍ରୀଯୁକ୍ତ ହେମନ୍ତ କୁମାର ଗନ୍ତାୟତ ପ୍ରାକ୍ ସୂଚନା ଦେବା ସହ ସ୍ଵାଗତ ଭାଷଣ ରଖିଥିଲେ। ଉଦ୍ଘାଟକ ତଥା ମୁଖ୍ୟ ଅତିଥି ରୂପେ ପୁରୀ ଗଜପତି ମହାରାଜଙ୍କ ରାଜଗୁରୁ ପଣ୍ଡିତ ସୁଧାଂଶୁ ଶେଖର ରାଜଗୁରୁ , ମୁଖ୍ୟ ବକ୍ତା ଭାବେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପୂର୍ବତନ ଅଦ୍ଵୈତ ବେଦାନ୍ତ ବିଭାଗର ଅଧ୍ୟକ୍ଷ ପ୍ରୋ .ପ୍ରଭାତ ରଞ୍ଜନ ମହାପାତ୍ର ,ବିଶିଷ୍ଟ ବକ୍ତା ଭାବେ ପୁରୀ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଜଗବନ୍ଧୁ ମିଶ୍ର,ବିଶିଷ୍ଟ ବକ୍ତ୍ରୀ ଭାବେ ବାରିପଦା ସର୍ବକାରୀୟ ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ. ଜୟଶ୍ରୀ ନନ୍ଦ ,ସାରସ୍ବତ ବକ୍ତ୍ରୀ ରୂପେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଅଦ୍ଵୈତ ବେଦାନ୍ତ ବିଭାଗର ସହାୟିକା ଅଧ୍ୟାପିକା ଡ. ଶ୍ରଦ୍ଧାଞ୍ଜଳି ମହାପାତ୍ର,ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଋଷିକୂଳ ସଂସ୍କୃତ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହେଡ୍ ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା , ଆସ୍କା ମେକ୍ ମାଇକେଲ ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ଅଧ୍ୟାପକ ମନୋରଞ୍ଜନ ସାହୁ,ଅଗରତାଲା ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ସହାୟକ ଅଧ୍ୟାପକ ଡ. ସମ୍ବିତ୍ ମହାପାତ୍ର,ସୁନ୍ଦରଗଡ଼ ମେଘ୍ ଡେଗା ସରକାରୀ ଉଚ୍ଚ ବିଦ୍ୟାଳୟର ସୁନନ୍ଦାରାଣୀ ମେହର ଆଦି ଯୋଗଦେଇ କହିଥିଲେ ଯେ ଶ୍ରୀମଦ୍ଭଗବଦ୍ ଗୀତା ହେଉଛି ଏପରି ଏକ ସତ୍ ଶାସ୍ତ୍ର ଯେଉଁଠି ବେଦ, ବେଦାନ୍ତ, ଷଡ ଦର୍ଶନ ଓ ପୁରାଣ ଆଦିର ସମସ୍ତ ସାର ତତ୍ତ୍ବ ସନ୍ନିହିତ ହୋଇ ରହିଛି। ଏଣୁ ଏହାକୁ ଉତ୍ତମ ଭାବରେ ଅନୁସରଣ କରିବା ଆବଶ୍ୟକ। କେବଳ ପଠନ ପାଠନରେ ସିମୀତ ନରଖି ଏହାକୁ ଜୀବନରେ ଉତ୍ତମ ଭାବରେ ଆଚରଣ କରିବାର ଆବଶ୍ୟକତା ରହିଛି। ଗୀତାର ଶାସ୍ତ୍ରର ଶିକ୍ଷା ଗୁଡ଼ିକୁ କର୍ମରେ ପରିଣତ କରିବା ହିଁ ପ୍ରକୃତ ଅଧ୍ୟୟନ ହେବା ନିତ୍ୟାନ୍ତ ପ୍ରୟୋଜନ। ଉକ୍ତ ସଭାକୁ ଅଧ୍ୟାପକ ଡ. ମାନସ କୁମାର ବେହେରା ସଞ୍ଚାଳନ କରିଥିବା ବେଳେ,ଅଧ୍ୟାପକ ଡଃ.ଆଶୁତୋଷ ସାହୁ ଧନ୍ୟବାଦ ଅର୍ପଣ ଏଵଂ ବୈଦିକ ମଙ୍ଗଳାଚରଣ ଗୁରୁ ପରମ୍ପରା ପାଠ ବ୍ରହ୍ମାନନ୍ଦ ପଣ୍ଡା କରିଥିଲେ। ଏହି ଆଲୋଚନା ଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବୁଦ୍ଧିଜୀବି ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।


