ଉନ୍ମୋଚିତ ହେଲା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପ୍ରତିମୂର୍ତ୍ତି

ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : “ଏଠି ସେଠି ସବୁଠି, ବିଷ୍ଣୁ ସେଠୀ ।” ସେ ଥିଲେ ଏକାଧାରରେ ଜଣେ ରାଜନୀତିଜ୍ଞ, କବି, ସାମ୍ବାଦିକ, ବାଗ୍ମୀ, ସାହିତ୍ୟିକ ତଥା ପରୋପକାରୀ। ଧୂଷୁରୀ ଅଞ୍ଚଳର ଉନ୍ନତି ପାଇଁ ସେ ସଦା ସର୍ବଦା ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବ ରୂପ ନେଇଛି ଓ ଧୂଷୁରୀ ଏନଏସି ମାନ୍ୟତା ପାଇଛି ବୋଲି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଧୂଷୁରୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସଭାରେ ଅତିଥି ମାନେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ପ୍ରକାଶ କରିଥିଲେ । ଧୂଷୁରୀ ବିଜେପି ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ, ଭଦ୍ରକ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର, ସାଂସଦଙ୍କ ପ୍ରତିନିଧି ମନୋଜ କୁମାର ମଲ୍ଲିକ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ବିଜେପି ପୂର୍ବତନ ଜିଲା ପ୍ରଭାରୀ କାଳନ୍ଦି ସାମଲ, ବିଜେପି ଜିଲା ଉପସଭାପତି ଚତୁର୍ଭୁଜ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବିଷ୍ଣୁ ସେଠୀଙ୍କର ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ସେଠୀଙ୍କ ସୁପୁତ୍ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଧର୍ମପତ୍ନୀ ସଂଯୁକ୍ତା ପାଣିଗ୍ରାହୀ ସଭା ନିକଟରେ ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଶହଶହ ବିଜେପି ନେତା ଓ କର୍ମୀ, ବୁଦ୍ଧିଜୀବୀ, ଜନସାଧାରଣ ଯୋଗଦେଇଥିଲେ । ଶେଷରେ ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମି ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ