ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଛତ୍ରପୁର (ଜିତେନ୍ଦ୍ର ନାୟକ):  ଛତ୍ରପୁର ପ୍ରେସ କ୍ଳବ  ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର ଅପରାହ୍ନ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି।ପ୍ରେସ କ୍ଳବ ର ନିଜସ୍ୱ କାର୍ଯ୍ୟାଳୟ ଠାରେ ସଭାପତି ରବିନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଶହୀଦମାନଙ୍କ ସ୍ମୃତିରେ ପ୍ରେସ କ୍ଳବ ର କର୍ମକର୍ତା ଓ ସଭ୍ୟ ମାନେ ଗଭୀର ଶୋକ ପ୍ରକଟ କରିବା ସହ ଆତଙ୍କୀଙ୍କ ବର୍ବରୋଚିତ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ