ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବୀ ନେଇ ଆନ୍ଦୋଳନ

ଛତ୍ରପୁର (ଜିତେନ୍ଦ୍ର ନାୟକ): ଛତ୍ରପୁର ଉପକଣ୍ଠ ଆଇ ଆର୍ ଇ ଏଲ୍ ଏବଂ ଗୋପାଳପୁର ବନ୍ଦରରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ପ୍ରଦାନ କରିବା, ବାୟୁ ପ୍ରଦୂଷଣ ରୋକିବା, ଟ୍ରାଫିକ ସମସ୍ୟା ର ସମାଧାନ କରିବା ଓ କୃଷି କ୍ଷତି ରୋକିବା ଦିଗରେ କାର୍ଯ୍ୟ କରିବା ସମେତ ବିଭିନ୍ନ ଦାବୀ ନେଇ ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ କୁ ତୃତୀୟ ଦିନ ରେ ପହଞ୍ଚିଛି ,  ଏନେଇ ଗୋପାଳପୁର ପୋର୍ଟ ଛକ ( ଡୁଗୁଲୁ ) ନିକଟରେ କଣମଣା, ଆର୍ଯ୍ୟପଲ୍ଲୀ, ଶ୍ରୀରାମଚନ୍ଦ୍ରପୁର ପଂଚାୟତ ର ମହିଳା ମାନେ ଧାରଣା ଦେଇଛନ୍ତି, ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନ କୁ ଆହୁରି ତୀବ୍ରତର ସହ ରାଜରାସ୍ତା ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ କାର୍ଯ୍ୟକାରୀ କରାଯାଉ ଏବଂ ବାସିନ୍ଦାଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା, ଭିଡ଼ ଏବଂ ଦୁର୍ଘଟଣା ହ୍ରାସ କରିବା ପାଇଁ ରାସ୍ତା ବୃଦ୍ଧିକରଣ କରାଯାଉ ଏବଂ ଟ୍ରାଫିକ୍ ପରିଚାଳନାରେ ଉନ୍ନତି କରାଯାଉ,ରାସାୟନିକ ବିସ୍ଫୋରଣ ରୋକିବା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଅକାରଣରେ ମୃତ୍ୟୁ କୁ ରୋକିବା ଏବଂ ଜୀବନକୁ ସୁରକ୍ଷା ଦେବା ପାଇଁ କଠୋର ସୁରକ୍ଷା ବ୍ୟବସ୍ଥା କରିବା,ରାସାୟନିକ ଜଳ ଦ୍ୱାରା ପ୍ରଭାବିତ ସ୍ଥାନୀୟ ଚାଷୀମାନଙ୍କୁ ସହାୟତା ପ୍ରଦାନ କରନ୍ତୁ ଏବଂ ଚାଷ କାର୍ଯ୍ୟ କରି ଜୀବନ ଯାପନ କରୁଥିବା ଚାଷୀ ଙ୍କ କ୍ଷତି ରୋକିବା ପାଇଁ ଉନ୍ନତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେମାନେ ଦାବୀ କରିଛନ୍ତି, ଏହି ଆନ୍ଦୋଳନ ରେ ଆଞ୍ଚଳିକ ବିକାଶ ମଞ୍ଚ ର ସଭାନେତ୍ରୀ ନୀଳାଦ୍ରି ପ୍ରଧାନ,ସମ୍ପାଦିକା ସୁଧା କର,ସମାଜସେବୀ ଭାଗିରଥି ବେହେରା, ପୂର୍ଵତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ଯୁବ ନେତା କାଳିଆ ରାଉଳ, ଭବାନୀ ବେହେରା ଓ ସତ୍ୟ ପ୍ରଧାନ ଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ, ଅନ୍ୟପଟେ ଗୋପାଳପୂର ବନ୍ଦର କୁ କତୃପକ୍ଷ ସାର ଜାହାଜ ଆଣିଲେ ଏଠାକାର ଶ୍ରମିକ ମାନେ ଯଥେଷ୍ଟ ପରିମାଣ ରେ କାମ ସହ ନିଯୁକ୍ତି ମିଳିଥାନ୍ତା ବୋଲି ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ କହିଛନ୍ତି
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ