ଗୋପାଳପୁର ବେଳାଭୂମୀରେ ଛାତ୍ରୀ ଗଣଦୁଷ୍କର୍ମ ଘଟଣା: ପ୍ରତିବାଦରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ

ଆସିକା  (ୱାଇଏନ୍‍ଏସ୍‍) :ଗୋପାଳପୁର ବେଳାଭୂମୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ରାଜ୍ୟର କେତେକ ଅଞ୍ଚଳରେ ବଢୁଥିବା ମହିଳା ନିର୍ଯ୍ୟାତନା ବିରୋଧରେ ବୁଧବାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ରାଜ୍ୟର କେତେକ ଅଞ୍ଚଳରେ ଯୁବତୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ ଓ ହତ୍ୟା ଘଟଣା ଆହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ କରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆସିକାରେ ଶାନ୍ତିପୂର୍ଣ୍ଣ ଭାବେ ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲିର ବିଧାୟକ ଡଃ ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ବାଙ୍କୀର ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ଆହ୍ୱାନ ଏବଂ ଆସିକାର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି ଛାତ୍ର ଆନ୍ଦୋଳନରେ ଗଞ୍ଜାମ ଜୋନ୍‍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ଯୋଗଦେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିବା ସହିତ କେତେକ ଅଞ୍ଚଳରେ ନାରୀମାନଙ୍କ ଉପରେ ଚାଲିଥିବା ଦୁଷ୍କର୍ମ, ଅସଦାଚରଣ, ଅପହରଣ ଓ ହତ୍ୟା ଘଟଣା ବିଭିନ୍ନ ଗଣମାଧ୍ୟମର ଶିରୋନାମାରେ ପ୍ରକାଶ ପାଉଛି ବୋଲି ଅଭିଯୋଗ କରି ରାଜ୍ୟରେ ବିଜେପି ସରକାର ଆସିବା ପର ଠାରୁ କେତେକ ଅଞ୍ଚଳରେ ଘଟୁଥିବା ଗଣବଳତ୍କାର, ଦୁଷ୍କର୍ମ, ଅସଦାଚରଣ, ହତ୍ୟାଘଟଣାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଏଭଳି ପରିସ୍ଥିତିରେ ସୁଧାର ଆଣିବାକୁ ଦୃଢ ଦାବୀ ଉପସ୍ଥାପନ କରି ଗତ କିଛି ଦିନ ତଳେ ଗୋପାଳପୁର ସମୁଦ୍ରକୂଳରେ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମହିଳାଙ୍କ ସମ୍ମାନର ନାରା ଦେଉଥିବା ବିଜେପି ସରକାରରେ ଦୁଷ୍କର୍ମ ବଢିବା ସହ ଦୁଷ୍କର୍ମକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ବୋଲି ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରି ଏହାର ବିରୋଧରେ ବିଜୁ ଯୁବ-ଛାତ୍ର ଜନତା ଦଳର ପ୍ରତ୍ୟେକଟି ସଦସ୍ୟ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଗୋପାଳପୁର ବେଳାଭୂମୀରେ ହୋଇଥିବା ଛାତ୍ରୀ ଗଣଦୁଷ୍କର୍ମ ଓ ମହିଳା ନିର୍ଯ୍ୟାତନା ବିରୋଧରେ ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜୁ ଯୁବ-ଛାତ୍ର ଜନତା ଦଳର ନେତା ଭରତ ନାହାକ, କିଶୋର ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ, ନିଗମାନନ୍ଦ ରାଉତ, ଜୟସେନ ସ୍ୱାଇଁ, ଜିତେନ୍ଦ୍ର କୁମାର ମହାରଣା, ବିମଳ ପ୍ରଧାନ, ନିଳାଞ୍ଚଳ ମଣ୍ଡଳ, ସାଇରାଜ ଦଳେଇ, କେଶବ ଦାଶ, ସନ୍ତୋଷ ନାହାକ, ଶ୍ୱେତବସନ୍ତ ଲେଙ୍କା, ସାଗର ପାତ୍ର, କେ.ରବିନ୍‍ କୁମାର ପାତ୍ର, ନରେନ୍ଦ୍ର ନାହାକ, ସନାତନ ବିଶ୍ୱାଳ, ଆକାଶ ସ୍ୱାଇଁ, ନିଳାଞ୍ଚଳ ମହାରଣା, ଅମିତ୍‍ ଦାଶ, ଟୁକୁନା ନାହାକ, ଭଗବାନ ବିଶ୍ୱାଳ, ବିମଳ ପ୍ରଧାନ, କାହ୍ନୁଚରଣ ଦଳେଇ, ମଧୁସୂଦନ ସ୍ୱାଇଁ, ସିମାଂଚଳ ସ୍ୱାଇଁ, ଉଦିତ୍‍ ପାଢୀ, ଓମ୍‍କାର ଆପଟ, ନିଲୁ ଗୌଡ, ରାହୁଲ ଦୋରା, ମନିଷା ସ୍ୱାଇଁ, ସସ୍ମିତା ସ୍ୱାଇଁ, ରାଜନ ସ୍ୱାଇଁ, ଚନ୍ଦନ କୁମାର ଗୌଡଙ୍କ ସମେତ ବିଭିନ୍ନ କଲେଜର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତା ଦଳର ଶତାଧୀକ ସଦସ୍ୟ କଳାବ୍ୟାଜ୍‍ ପରିଧାନ କରି ହାତରେ ପ୍ଳାକାର୍ଡ ଧରି ନାରୀ ସୁରକ୍ଷାର ସ୍ଳୋଗାନ୍‍ ଦେଇ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରୁ ଏକ ବିଶାଳ ବାଇକ୍‍ ର‌୍ୟାଲିରେ ନଗର ପରିକ୍ରମା କରି ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ନିକଟରେ ପହଞ୍ଚିଥିବା ବେଳେ ବିଜୁ ଜନତା ଦଳର ଏହିି ଶକ୍ତି ପ୍ରଦର୍ଶନ ଦେଖି ବିରୋଧୀଙ୍କ ମହଲରେ ଛନକା ପଶିଯାଇଥିବା ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ