ପାହାଡ ଉପରେ ରହୁଥିବା ଗାଁ ଲୋକଙ୍କୁ ସ୍ଥାନାନ୍ତର

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ସାମୁଦ୍ରିକ ବାତ୍ୟା ‘ ଅକ୍ଵାନ ‘ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ଗୁରୁବାର ଭୋର ରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଦିଗପହଣ୍ଡି ଏନ୍ଏସି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।  ସମ୍ଭାବ୍ୟ ବାତ୍ୟା ଅକ୍ଵାନ କୁ ନେଇ ଭୟଭୀତ ନ ହୋଇ ପ୍ରଶାସନର ନିର୍ଦ୍ଦେଶକୁ ମାନି ଚଳିବା ସହ ସହଯୋଗ କରିବା ପାଇଁଁ ଲୋକଙ୍କୁ କୁହାଯାଇଛି । ବାତ୍ୟା ‘ଅକ୍ୱାନ’ଗଞ୍ଜାମରେ ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି । ବାତ୍ୟା ଲ୍ଯାଣ୍ଡଫଲ ପରେ ୨ ଦିନ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ଦିଗପହଣ୍ଡି ଏନ୍ଏସି  ୨ ଓ ୩ ନଂ ୱାର୍ଡ ଅଧିନ କିଛି ସାହି ଓ ବସ୍ତି ମାନଙ୍କରେ ବନ୍ଯାଜଳ ପ୍ରବାହିତ ହେବା ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ଦିଗପହଣ୍ଡି ଏନ୍ ଏସି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇ ୨୫୦ ଲୋକଙ୍କୁ ସୁରକ୍ଷିତ ଭାବେ  ନିକଟସ୍ଥ ଆଶ୍ରୟସ୍ଥଳୀ , କଲ୍ଯାଣ ମଣ୍ଡପ ଏବଂ ବିଦ୍ୟାଳୟକୁ ନିଆଯାଇଛି ।  ସେମାନଙ୍କୁ  ଶୁଖିଲା ଖାଦ୍ୟ , ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।  ଦିଗପହଣ୍ଡି ଏନ୍ଏସି ଓ ବ୍ଳକ ବାତ୍ୟା ପରିଚାଳନା ଦାୟିତ୍ଵରେ ଥିବା  ବ୍ରହ୍ମପୁର ଅତିରିକ୍ତ ଉପଜିଲାପାଳ ରୀନା କୁମାରୀ ନାୟକ ଦିଗପହଣ୍ଡି ରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ।  ପ୍ରଶାସନକୁ ସହଯୋଗ କରିବା ସହ ଖୋଲା ଯାଇଥିବା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରହିବା ପାଇଁ କହିଛନ୍ତି।ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଙ୍କ ସମେତ କାଉନସିଲର ସୁଶାନ୍ତ କୁମାର ପାତ୍ର , ଦୀପକ କୁମାର ମିଶ୍ର ଙ୍କ ସମେତ ଏନଏସି କର୍ମଚାରୀ ବୃନ୍ଦ ସ୍ଥିତି ତଦାରଖ କରୁଛନ୍ତି।ସେହିପରି ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ପାହାଡ଼ ଘେରା  ଜନଜାତି ବହୁଳ ଦାଦୁରୁମା ଓ ଗୋଛାପାଟ ଦୁର୍ଗମ  ଗ୍ରାମର ୮୮ ଜଣଙ୍କୁ ନିକଟସ୍ଥ ସହଦେବ ଟିକରପଡ଼ା ଗାଁ ହାଇସ୍କୁଲ ରେ ରଖାଯାଇଥିବା ବେଳେ ପିତାମହୁଲ, ପୋଡ଼ାଖାଲ ଏବଂ କନିଆ ସାହି ଗ୍ରାମର ୫୦ ଜଣଙ୍କୁ ପୋଡ଼ାଖାଲ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି।ସେମାନଙ୍କୁ ଜଳଖିଆ,ବିଶୁଦ୍ଧ ପାନୀୟଜଳ ଓ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ବ୍ଳକ ଅଧିନ ବିଭିନ୍ନ ଗ୍ରାମରେ ୧୮ ଟି ଆଶ୍ରୟସ୍ଥଳୀ ଖୋଲା ଯାଇ ସମୁଦାୟ ୨୩୫୬ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ତହସିଲଦାର ସନ୍ତୋଷ କୁମାର ସାହୁ ଓ ବିଡି଼ିଓ ଅନାମିକା ପାଣ୍ଡେ କହିଛନ୍ତି।ସାନଖେମୁଣ୍ଡି ବ୍ଲକ ର ତପ୍ତପାଣି, ଶୁଳିଆ, କରଡ଼ା, ପୋଚକା ପ୍ରଭୃତି ବୃହତ  ନାଳ ଅବବାହିକା ଅନ୍ତର୍ଭୁକ୍ତ ସାନଖେମୁଣ୍ଡି ତହସିଲ ର ପ୍ରାୟ ବହୁ ସଂଖ୍ୟକ ରାଜସ୍ୱ ଗ୍ରାମରେ ବାତ୍ୟା ‘ ଅକ୍ବାନ ‘ ର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ରାତି ଯାଏଁ ଲଗାଣ ବର୍ଷା ଲାଗିରହିଥିବା କାରଣରୁ ଭୁ – ସ୍ଖଳନ ଆଶଙ୍କାରେ ପାହାଡ ଉପରେ ବସବାସ କରୁଥିବା ଅନେକ ପରିବାର ଙ୍କୁ  ବ୍ଲକ ପ୍ରଶାସନ ସ୍ଥାନାନ୍ତରିତ କରି ବିଦ୍ୟାଳୟ ମାନଙ୍କରେ ରଖିଥିବା ଜଣାପଡିଛି । ଏସ. ଗୋପାଳପୁର ପଞ୍ଚାୟତର ପ୍ରତାପଗିରି ଗ୍ରାମ ନିକଟ ପାହାଡ଼ ଉପରେ ବସବାସ କରୁଥିବା ସଉରାପଲ୍ଲୀ ଗ୍ରାମରୁ  ୬୦ ଜଣ ଙ୍କୁ  ପୁରୁଣାଗଡ଼ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ରଖା ଯାଇଛି। ୨୬ ପଞ୍ଚାୟତର ୭୨ ଆଶ୍ରୟସ୍ଥଳ ରେ ସମୁଦାୟ ୨୦୩୫ ଲୋକଙ୍କୁ ରଖାଯାଇଛି। ସେମାନଙ୍କୁ ଜଳଖିଆ ଓ ରନ୍ଧାଖାଦ୍ୟ  ଦାୟିତ୍ଵ ବ୍ଲକ ପ୍ରଶାସନ ନେଇଛି । ସେହିଭଳି ଟି. ଗୋବିନ୍ଦପୁର ପଞ୍ଚାୟତ ପାହାଡ଼ ଉପରେ ବସବାସ କରୁଥିବା କନ୍ଧଜକର ଗ୍ରାମରୁ  ପ୍ରାୟ ୫୦ ଜଣଙ୍କୁ   କାଳିବୋରେଇ ଗ୍ରାମ ର  ପ୍ରାଥମିକ ବିଦ୍ୟାଳୟ କୋଠା ରେ ରଖା ଯାଇଛି।   ଅଙ୍ଗନୱାଡି, ଆଶା କର୍ମୀ ମାନେ ନିଜ ନିଜ ଅଞ୍ଚଳରେ ଥିବା ଗର୍ଭବତୀ ମହିଳା ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ପରିସ୍ଥିତି ବୁଝିବା ସହ ନିକଟସ୍ଥ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି ।  ପ୍ରତ୍ୟେକ ପଞ୍ଚାୟତ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଓ,  ଜିଆରଏସ  ଏବଂ ସରପଞ୍ଚ ବୃନ୍ଦ  ପଞ୍ଚାୟତ କାର୍ଯ୍ୟାଳୟ ରେ ଉପସ୍ଥିତ ରହିଛନ୍ତି। ଅହୋ ରାତ୍ର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ରଖି ମନିଟରିଂ ପାଇଁ ବିଡ଼ିଓ ରୋଶନ କୁମାର ଜେନା ପରାମର୍ଶ ଦେଇଥିବା କହିଛନ୍ତି।ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଙ୍କ ନେତୃତ୍ୱରେ  ପ୍ରଶାସନ ପକ୍ଷରୁ ମୋବାଇଲ୍ ଟିମ୍ ଗଠନ କରଯାଇଛି। ମୋବାଇଲ୍ ଟିମ୍ ସମସ୍ତ ପଞ୍ଚାୟତ ର ଗ୍ରାମ ଗୁଡିକୁ ବୁଲି ସ୍ଥିତି ତଦାରଖ କରୁଛି ।  ସାନଖେମୁଣ୍ଡି ବ୍ଲକରେ କିଛି ଗ୍ରାମ ନିକଟ ଦେଇ ଘୋଡ଼ାହାଡ ନଦୀ ପ୍ରବାହିତ ହେଉଥିବା ବେଳେ କୌଣସି ବନ୍ୟା ଆଶ୍ରୟ ସ୍ଥଳ ନଥିବାରୁ ଲୋକ ଙ୍କୁ ପଞ୍ଚାୟତ କାର୍ଯ୍ୟଳୟ ଓ ବିଦ୍ୟାଳୟ ମାନଙ୍କରେ  ରଖାଯାଇଥିବା  ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ