ମାଇନିଂ ଆଦର୍ଶ ବିଦ୍ୟାଳୟରେ ଆଡମିସନ ବିଳମ୍ବକୁ ନେଇ ବାଙ୍ଗୋର ଓ.ଏମ.ସି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଵାଭାକଙ୍କ ଧାରଣା

ହାଟଡିହି (ଓ୍ବାଇଏନଏସ): ୮ ହାଟଡିହି ବ୍ଲକ ବାଙ୍ଗୋର ଓ.ଏମ.ସି ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ମାଇନିଂ ଆଦର୍ଶ ବିଦ୍ୟାଳୟରେ ଅଧୟନ କରିବାକୁ ଚୟନ ସରିଥିବା ବେଳେ ଶିକ୍ଷା ବର୍ଷର ୩ମାସ ଅତିକ୍ରମ କରିଥିଲେ ବି ଆଜି ପର୍ଯ୍ୟନ୍ତ ଖଣି ପରିସର ଅଞ୍ଚଳର ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଡମିସନ କରିବାର ସୁଯୋଗ ଦିଆ ଯାଉନି। ଏନେଇ  ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ବାରମ୍ବାର ଅଭିଯୋଗ କରୁଥିଲେ ବି ଆଜି ହେବ କାଲି ହେବ କହି ସମୟ ଗଡାଉଛନ୍ତି। ସେହିପରି ପୂର୍ବରୁ ଯାଇ ରାଉରକେଲା ସ୍ଥିତ ମାଇନିଂ ଆଦର୍ଶ ବିଦ୍ୟାଳୟରେ ଅଧୟନ କରୁଥିବା ପିଲାମାନେ ନାନା ସମସ୍ୟାରେ ରହୁଛନ୍ତି। ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ମିଳିପାରୁନଥିବା ବେଳେ ରହିବା, ଶୋଇବାରେ ଅନେକ ଅସୁବିଧା ଭୋଗ କରୁଛନ୍ତି । ଦୁଇଟି ବେଡ ରେ ତିନିଜଣଙ୍କୁ ଶୋଇବାକୁ ଦିଆ ଯାଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଆ ଯାଉନି।  ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ଆସନ୍ତୋଷ ଦେଖାଦେବା ସହ ରଘୁନାଥ ପରିଡ଼ା, ଭଗବାନ ମାଝୀ, ସୁଶାନ୍ତ ପଢ଼ିଆରୀ, ହେମନ୍ତ ପଢ଼ିଆରୀ, ରମେଶ ବେହେରା, ଗୌରାଙ୍ଗ ପଳତା, ଶଙ୍କର୍ଷଣ ସାହୁ, ଆଲୋକ କୁମାର ସାହୁ, ଶରତ ଚନ୍ଦ୍ର ସାହୁ, ମହେନ୍ଦ୍ର କୁମାର ସାହୁ, ବଳରାମ ମାଝି, ରମେଶ ହୋ, ଟୁକୁନା ପଢ଼ିଆରୀ, ଗିତାରଣୀ ମହାରଣା, କୁନି ମହାରଣା, ସାବିତ୍ରୀ ସାହୁ, ମନ୍ଦାକିନୀ ବେହେରା, ମାଳତୀ ନାଇକ ପ୍ରମୁଖ  ବାଙ୍ଗୋର ଓଏମସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ଓଏମସି କର୍ତ୍ତୃପକ୍ଷ ଆସି ବୁଝା ସୁଝା କରିବା ପରେ ୧୧ ତାରିଖରେ ପିଲାମାନଙ୍କୁ ନେବାପାଇଁ କହିବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଧାରଣା ରୁ ହଟିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ