ଗଛରେ ରାକ୍ଷୀ ବାନ୍ଧି ସଚେତନତାର ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

ଆସିକା  (ୱାଇଏନ୍‍ଏସ୍‍): ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ବୃକ୍ଷର ସୁରକ୍ଷା ଲାଗି ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ମା ପାଇଁ ଗଛଟିଏ, ଗଛ ପାଇଁ ରାକ୍ଷୀଟିଏ ଭଳି ଅଭିନବ ଓ ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିଲା ବେଳେ ଏହା ଯୁବପିଢୀଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ଜାତୀୟ ସବୁଜ ବାହିନୀ (ଇକୋ କ୍ଳବ୍‍)ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗଛକୁ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧିବା ସହ ବୃକ୍ଷକୁ ସୁରକ୍ଷା ଦେବାର ସଂକଳ୍ପ ପ୍ରତିଜ୍ଞା ନେଇ ବୃକ୍ଷ ବଞ୍ଚିବାକୁ ଚାହେଁ ବୋଲି ସଚେତନତାର ବାର୍ତ୍ତା ପ୍ରେରଣ କରିଥିବା ଦେଖିବାକୁ ମିଳିଥିଲା । ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ବିଦ୍ୟାର୍ଥୀ ନନ୍ଦିନୀ ସାହୁ, ସ୍ୱପ୍ନା ନାହାକ, ସରିତା ପ୍ରଧାନ, ଅଙ୍କିତା ସାହୁ, ବିଷ୍ଣୁପ୍ରିୟା ନାହାକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷକୁ ଭାଇ ବୋଲି ସମ୍ବୋଧନ କରି ବୃକ୍ଷ ଆମର ଭାଇ ହୋଇଥିଲା ବେଳେ ସେ ଆମକୁ ଫଳ, ଫୁଲ ଓ ଅମ୍ଳଜାନ ଦେଇ ଆସୁଛି । ତେଣୁ ଆଜି ଭଳି ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ବୃକ୍ଷର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାଙ୍ଗକୁ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ଅବସରରେ ବୃକ୍ଷର ସୁରକ୍ଷା ପାଇଁ ଆୟୋଜନ କରିଥିବା ଏହି ସଚେତନତା କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମହଲରେ ବେଶ୍‍ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର ଯୋଗଦେଇ ପ୍ରକୃତି ହିଁ ଆମ ପାଇଁ ସବୁକିଛି ହୋଇଥିଲା ବେଳେ ପ୍ରକୃତିର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସି ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରାରୋପଣ କରି ସେଗୁଡିକ ଯେପରି ବିଶାଳ ବୃକ୍ଷରେ ପରିଣତ ହୋଇପାରିବ ସେଥିପ୍ରତି ସମସ୍ତେ ଯତ୍ନବାନ୍‍ ହେବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ଗୋବିନ୍ଦ ପରିଡା, ରଶ୍ମିତା ମହାପାତ୍ର, ପାଣ୍ଡବ ଗୌଡ, ଶଶୀଭୂଷଣ ସାହୁ, ପାଣ୍ଡବେଶ୍ୱର ଜେନା, ଶିକ୍ଷାନୁଷ୍ଠାନର କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନାଙ୍କ ସମେତ ବହୁ ସଚେତନ ନାଗରିକ, ଗ୍ରାମବାସୀ, ବୁଦ୍ଧିଜିବୀ, ଅଭିଭାବକ, ଓ ଛାତ୍ôରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ