ରାଜ୍ୟସ୍ତରୀୟ ତାଇକୋଡୁ ପ୍ରତିଯୋଗୀତାରେ ଛାତ୍ରଛାତ୍ରୀଙ୍କ ସଫଳତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ରାଜ୍ୟସ୍ତରୀୟ ତାଇକୋଡୁ ପ୍ରତିଯୋଗୀତାରେ ଗଜପତି ଡାଇକୋଡୁ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ  ସଫଳତା ପାଇଥିବା ସୂଚନା ମିଳିଛି. ଏଠାରେ ସୂଚନାଯୋଗ୍ୟଯେ, ଭଦ୍ରକ ଠାରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ  ରାଜ୍ୟସ୍ତରୀୟ ଡାଇକୋଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଡାଇକୋଡୁ ପ୍ରତିଯୋଗୀତା ଓଡିଶା ତାଇକୋଡୁ ଏସୋସିଏସନ ଦ୍ବାରା ଆୟୋଜିତ ହୋଇଥିଲା । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲରୁ ସମୁଦାୟ ପ୍ରାୟ 300 ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଗଜପତି ଜିଲ୍ଲାର ଟାଇକୋଡୁ ଅନୁଷ୍ଠାନରୁ ମୋଟ 8 ଜଣ ପ୍ରତିଯୋଗୀ (3 ବାଳିକା ଓ 5 ବାଳକ) ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ମୂଖ୍ଯତଃ ଦୁଇଟି ବିଭାଗରେ ହୋଇଥିଲା। ଯଥା କ୍ଯୋରୁଗି ଓ ପୁମସେ. ଏହି ପ୍ରତିଯୋଗିତାରେ ଗଜପତିର ଅନୁକମ୍ପ ମଲ୍ଲିକ: ରୌପ୍ୟ  | ସ୍ବର୍ଣ୍ଣ, ଭୁବନାନନ୍ଦ ଭୂୟାଁ: — ରୌପ୍ୟ, ସୁବର୍ଣ୍ଣ। ସାହୁ:  ରୌପ୍ୟ | ସ୍ବର୍ଣ୍ଣ, ପି. ସାଇସ୍ମିତା: ସ୍ବର୍ଣ୍ଣ  | ରୌପ୍ୟ, ଅନୁଶ୍ରୁତା ମଲ୍ଲିକ: ସ୍ବର୍ଣ୍ଣ  |  ରୌପ୍ୟ, ସାଗର ବାରିକ: କଂସ୍ୟ ପଦକ ଲାଭ କରିଛନ୍ତି. ଗଜପତିର ଏହି ଛାତ୍ରଛାତ୍ରୀମାନଙ୍କ ଏହି ସଫଳତାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ