ଯୁବକଙ୍କ ଆତ୍ମହତ୍ୟା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା  ନୂଆମୌଳାଭଞ୍ଜା ଗ୍ରାମର ଟିଟୁ ଦୋରା(୩୪) ଙ୍କ ମୃତଦେହ କୁ ସୋମବାର ଦିଗପହଣ୍ଡି ପୋଲିସ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୁ ଜବତ କରିଛନ୍ତି।ରବିବାର ରାତି ପ୍ରାୟ ସାଢ଼େ ୭ ଟାରେ ସେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘରେ ଥିବା  କୀଟନାଶକ ଖାଇ ଦେଇଥିଲେ।ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ଏନେଇ ପୋଲିସ କୁ ସୂଚନା ଦେଇଥିଲେ। ଟିଟୁ ଙ୍କ ଭାଇ ମିଟୁ ଦୋରା ସୋମବାର ସକାଳେ ଏନେଇ ଦିଗପହଣ୍ଡି ଥାନାରେ ଲିଖିତ ଭାବେ ଜଣାଇବା ପରେ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଅପମୃତ୍ୟୁ ମାମଲା ନଂ.୫୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବା ପରେ ତଦନ୍ତକାରୀ ଅଧିକାରୀ ଏଏସଆଇ ଦିଲ୍ଲୀପ କୁମାର ଗୋରଡ଼ା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ